ଓଡିଶା

odisha

ETV Bharat / bharat

ନୂଆଦିଲ୍ଲୀରେ ବଢୁଛି କୋରୋନା, ସର୍ବଦଳୀୟ ବୈଠକ ଡାକିଲେ ଗୃହମନ୍ତ୍ରୀ - ସର୍ବଦଳୀୟ ବୈଠକ ଡାକିଲେ ଗୃହମନ୍ତ୍ରୀ

ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଦେଖି ଏହାର ମୁକାବିଲା ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ସର୍ବଦଳୀୟ ବୈଠକ ଡାକିଛନ୍ତି । ଦିନ 11 ଟାରେ ସେ ଏହି ବୈଠକରେ ଅଧ୍ୟକ୍ଷତା କରିବା ନେଇ ସୂଚନା ମିଳିଛି ।

Home Minister Amit Shah
ନୂଆଦିଲ୍ଲୀରେ ବଢୁଛି କୋରୋନା, ସର୍ବଦଳୀୟ ବୈଠକ ଡାକିଲେ ଗୃହମନ୍ତ୍ରୀ

By

Published : Jun 15, 2020, 9:48 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଦେଖି ଏହାର ମୁକାବିଲା ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ସର୍ବଦଳୀୟ ବୈଠକ ଡାକିଛନ୍ତି । ଦିନ 11 ଟାରେ ସେ ଏହି ବୈଠକରେ ଅଧ୍ୟକ୍ଷତା କରିବା ନେଇ ସୂଚନା ମିଳିଛି ।

ଏହି ବୈଠକରେ ବିଜେପି, ଆପ୍‌, କଂଗ୍ରେସ ଓ ବିଏସପିର ପ୍ରତିନିଧୀ ଯୋଗଦେବେ ବୋଲି କୁହାଯାଇଛି । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଥାଉକି, ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ଦିଲ୍ଲୀ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଏକ ବୈଠକ ହୋଇଥିଲା । ଯେଉଁଥିରେ ରାଜଧାନୀରେ କୋରୋନା ବୃଦ୍ଧିକୁ ନେଇ ଆଲୋଚନା କରାଯାଇଥିଲା । ସେହିପରି ଏହି ବୈଠକରେ ଗୃହମନ୍ତ୍ରଣାଳୟର ସଚିବ, ସ୍ବାସ୍ଥ୍ୟ ସଚିବ, ଏମ୍ସ ନିର୍ଦ୍ଦେଶକ ଓ ନିତି ଆୟୋଗର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଏହି ବୈଠକ ପରେ କୋଭିଡ-19 ପରିଚାଳନାରେ ଦିଲ୍ଲୀ ସରକାରଙ୍କ ସହାୟତା ପାଇଁ 4 ଜଣ ଆଇଏଏସ ଅଧିକାରୀଙ୍କୁ ବଦଳି କରାଯାଇଛି । ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜରୁ ଅବନୀଶ କୁମାର ଓ ମୋନିକା ପ୍ରିୟଦର୍ଶିନୀ ଏବଂ ଅରୁଣାଚଳ ପ୍ରଦେଶରୁ ଗୌରବ ସିଂ ରାଜବତ ଏବଂ ବିକ୍ରମ ସିଂ ମଲ୍ଲିକଙ୍କୁ ବଦଳି କରାଯାଇଛି । ସେହିପରି କେନ୍ଦ୍ର ସରକାରଙ୍କ ଦୁଇ ବରିଷ୍ଠ ଆଇଏଏସ ଅଧିକାରୀ ଏସସିଏଲ ଦାସ ଏବଂ ଏସ୍ ଯାଦବଙ୍କୁ ମଧ୍ୟ ଦିଲ୍ଲୀ ସରକାରଙ୍କ ସହ ଯୋଡିଛନ୍ତି ଶାହ ।

ତେବେ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ସମୁଦାୟ 41182 ଟି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ 15832 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 1327 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 24032ଟି ସକ୍ରିୟ ମାମଲା ରହିଛି ।

@ANI

ABOUT THE AUTHOR

...view details