ଓଡିଶା

odisha

ETV Bharat / bharat

କୋରୋନା ସନ୍ଦିଗ୍ଧଙ୍କ ମୃତଦେହକୁ ତୁରନ୍ତ ପରିବାରକୁ ହସ୍ତାନ୍ତର କରାଯିବ: ଗୃହ ମନ୍ତ୍ରଣାଳୟ

ଦିଲ୍ଲୀରେ କୋରୋନା ଭାଇରସ ସ୍ଥିତି ଲଗାତାର ବଢିବାରେ ଲାଗିଛି । ଏହି ମହାମାରୀ ରୋଗୀଙ୍କ ଜୀବନ ନେବାରେ ବ୍ୟସ୍ତ । ଏ ସବୁ ମଧ୍ୟରେ କୋରୋନା ରୋଗୀଙ୍କ ମୃତଦେହକୁ ବ୍ୟବସ୍ଥାପିତ କରିବା ଏକ ଜଟିଳ ସମସ୍ୟା ।

corona virus suspected deadbody
କୋରୋନା ସନ୍ଦିଗ୍ଧଙ୍କ ମୃତଦେହକୁ ତୁରନ୍ତ ପରିବାରକୁ ହସ୍ତାନ୍ତର କରାଯିବ

By

Published : Jun 15, 2020, 12:10 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ଭାଇରସ ସ୍ଥିତି ଲଗାତାର ବଢିବାରେ ଲାଗିଛି । ଏହି ମହାମାରୀ ରୋଗୀଙ୍କ ଜୀବନ ନେବାରେ ବ୍ୟସ୍ତ । ଏ ସବୁ ମଧ୍ୟରେ କୋରୋନା ରୋଗୀଙ୍କ ମୃତଦେହକୁ ବ୍ୟବସ୍ଥାପିତ କରିବା ଏକ ଜଟିଳ ସମସ୍ୟା । ବର୍ତ୍ତମାନ ଗୃହମନ୍ତ୍ରୀ ଅମିତ ଶାହା କୋରୋନା ସନ୍ଦିଗ୍ଧ ମୃତଦେହକୁ ତୁରନ୍ତ ପରିବାରକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅମିତ ଶାହା ରବିବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପରାଜ୍ୟପାଳ ଅନିଲ ବୈଜଲ୍, ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ ଦିଲ୍ଲୀର ତିନି ମେୟରଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦିଲ୍ଲୀରେ କୋରୋନା ଭାଇରସ ସହ ଲଢିବା ପାଇଁ ଅନେକ ନିଷ୍ପତ୍ତି ନିଆଯାଇଛି ।

ସନ୍ଦିଗ୍ଧ ମାମଲାରେ ପରୀକ୍ଷା ରିପୋର୍ଟକୁ ଅପେକ୍ଷା ନକରି ପରିବାରକୁ ମୃତଦେହ ହସ୍ତାନ୍ତର କରିବାକୁ କୁହାଯାଇଛି । ଏହି ଆଦେଶରେ କୁହାଯାଇଛି, ‘ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ଯେ କୋରୋନା ସନ୍ଦିଗ୍ଧଙ୍କ ମୃତଦେହକୁ ତୁରନ୍ତ ପରିବାରକୁ ହସ୍ତାନ୍ତର କରାଯିବ । ମାର୍ଚ୍ଚ 15 ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ମୃତଦେହକୁ ଅନ୍ତିମ ସଂସ୍କାର କରାଯିବା ଉଚିତ୍ ’ ।

ABOUT THE AUTHOR

...view details