ଓଡିଶା

odisha

ETV Bharat / bharat

ଆଜି ଓଡିଶା ଆସିବେ ଶାହ, ରହିଛି ଏହିସବୁ କାର୍ଯ୍ୟକ୍ରମ - ଗୃହମନ୍ତ୍ରୀ ଅମିତ ଶାହ

ଆଜି(ଶୁକ୍ରବାର)ଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଲୋକସେବା ଭବନରେ ଆୟୋଜିତ ‘ପୂର୍ବାଞ୍ଚଳ ପରିଷଦ ବୈଠକ’ରେ ଅଧ୍ୟକ୍ଷତା କରିବେ ସେ। ଅଧିକ ପଢନ୍ତୁ...

home-minister-amit-shah
ଗୃହମନ୍ତ୍ରୀ ଅମିତ ଶାହ

By

Published : Feb 28, 2020, 8:56 AM IST

Updated : Feb 28, 2020, 9:01 AM IST

ଭୁବନେଶ୍ବର: ଆଜି(ଶୁକ୍ରବାର)ଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସକାଳ 10ଟା 30 ମିନିଟରେ ଭୁବନେଶ୍ବର ବିମାନବନ୍ଦର ପହଞ୍ଚି ପ୍ରଥମେ ଲୋକସେବା ଭବନରେ ଆୟୋଜିତ ‘ପୂର୍ବାଞ୍ଚଳ ପରିଷଦ ବୈଠକ’ରେ ଅଧ୍ୟକ୍ଷତା କରିବେ ଶାହ । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ । ନବାନଙ୍କ ବ୍ୟତୀତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ବୈଠକରେ ଯୋଗ ଦେବେ ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନ ଅନୁଯାୟୀ, ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଯେଉଁଥିରେ ଅନ୍ତଃରାଜ୍ୟ ଜଳ ସମସ୍ୟା, ଦେଶର ସୀମା ଦେଇ ହେଉଥିବା ଗୋରୁ ଚୋରା ଚାଲାଣ , ଦୁର୍ଗମ ଅଞ୍ଚଳରେ ଟେଲିକମ୍ ଏବଂ ବ୍ୟାଙ୍କିଙ୍ଗ ଭିତ୍ତିଭୂମି ଅଭାବ, ପେଟ୍ରୋଲିୟମ ପ୍ରକଳ୍ପ ଆଦି ପ୍ରସଙ୍ଗ ରହିଛି । ପୂର୍ବାଞ୍ଚଳ ପରିଷଦର ଶେଷ ବୈଠକ 2018 ମସିହା ଅକ୍ଟୋବର 1 ତାରିଖରେ କୋଲକାତାରେ ଅନୁଷ୍ଠିତ ହୋଇଥିଲା।

ତେବେ ଏହି ଗସ୍ତରେ ଗୃହମନ୍ତ୍ରୀ ଶାହ ଭୁବନେଶ୍ବର ବରମୁଣ୍ଡାରେ ଆୟୋଜିତ ଏକ ରାଲିରେ ସମ୍ବୋଧିତ କରିବେ । ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ନାଗରିକତ୍ବ ସଂଶୋଧନ ଅଧିନିୟମ (ସିଏଏ) କୁ ନେଇ ସେ ରାଲିରେ ସମ୍ବୋଧିତ କରିବେ ବୋଲି ଜଣା ପଡିଛି । ଏହାପରେ ସେ ସୋଆ ୟୁନିଭର୍ସିଟିର ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ବ୍ୟତୀତ ସେ ଓଡିଶାରେ ବିଜେପିକୁ ମଜବୁତ କରିବା ପାଇଁ ସ୍ଥାନୀୟ ନେତାଙ୍କ ସହ ରଣନୀତି ଉପରେ ଆଲୋଚନା କରିବେ। ଏହାପରେ ଶନିବାର ଶାହ ପୁରୀରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବ। ସହ ଭୁବନେଶ୍ବର ଆସି ଲିଙ୍ଗରାଜ ଦର୍ଶନ କରି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 28, 2020, 9:01 AM IST

ABOUT THE AUTHOR

...view details