ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ 2021 ଜନଗଣନା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହାସହ ଜାତୀୟ ଜନସଂଖ୍ୟା ରେଜିଷ୍ଟ୍ରର (ଏନପିଆର) ଅପଡେଟକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ ଜନସଂଖ୍ୟା ରେଜିଷ୍ଟ୍ରର (ଏନପିଆର) ଓ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ମଧ୍ୟରେ କୌଣସି ସମ୍ପର୍କ ନାହିଁ।
ଗୃହମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଠିକ କହିଥିଲେ, କ୍ୟାବିନେଟ ଓ ସଂସଦରେ ଏନଆରସିକୁ ନେଇ କୌଣସି ଆଲୋଚନା ହୋଇନଥିଲା। ଆଉ ବିଜେପିର ଇସ୍ତାରହାର କଥା ଉଠୁଛି ସଂସଦରେ ଆଲୋଚନା ହେବା ଆଉ ବିଜେପିର ଇସ୍ତାହାର ଦୁଇଟି ଭିନ୍ନ ପ୍ରସଙ୍ଗ। ନାଗରିକତା ସଂଶୋଧନ ନିୟମ ଏନପିଆର ଏବଂ ଏନଆରସିକୁ ନେଇ ବିରୋଧି ରାଜନୀତି କରୁଛନ୍ତି। ଦେଶର ସଂଖ୍ୟାଲଘୁଙ୍କୁ ସିଏଏ ଓ ଏନଆରସିକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଏହାସହ ଶାହା କହିଛନ୍ତି ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରୁଛନ୍ତି, ଏମିତି କିଛି ନକରନ୍ତୁ ଯାହା ଦ୍ବାରା ଦେଶର ଅସୁବିଧା ହେବ ବୋଲି କହିଛନ୍ତି। ଯେତେବେଳେ ପ୍ରଶ୍ନ କରାଗଲା ଯେ ଯଦି ବିଜେପି ଶାସିତ ରାଜ୍ୟ ଏନପିଆରକୁ ଲାଗୁ କରିବା ପାଇଁ ମନା କରିବେ କେନ୍ଦ୍ର ସରକାର କ’ଣ କରିବେ। ଏହାର ଜବାବରେ ଶାହା କହିଛନ୍ତି, ଏନପିଆରକୁ ନେଇ କାହାକୁ କୌଣସି ଅସୁବିଧା ହେବ ନାହିଁ। କେନ୍ଦ୍ର ସରକାର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ବିସ୍ତୃତ ଭାବେ ବୁଝାଇବାକୁ ଚେଷ୍ଟା କରିବେ।
ଏନପିଆର ପ୍ରକ୍ରିୟା କଂଗ୍ରେସ ଆରମ୍ଭ କରିଥିଲା