ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ଆଜି ଦଳର ବରିଷ୍ଠ ନେତା ତଥା ଦଳର ମାର୍ଗଦର୍ଶକ ଲାଲକୃଷ୍ଣ ଆଡଭାଣୀଙ୍କୁ ତାଙ୍କ ବାସଭବନ ଯାଇ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟର ପ୍ରାୟ 45 ମିନିଟ ଧରି ଆଲୋଚନା ହୋଇଥିଲା । ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ 2 ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।
ପ୍ରଥମତଃ ବାବ୍ରୀ ମସଜିଦ ଧ୍ବଂସ ଘଟଣାରେ ଆସନ୍ତା 24 ତାରିଖ ଦିନ ଭିଡିଓ କନଫରେନ୍ସି ଯୋଗେ ଆଡଭାଣୀ ସ୍ବତନ୍ତ୍ର ସିବିଆଇ କୋର୍ଟରେ ନିଜ ପକ୍ଷ ରଖିବେ । ପୂର୍ବରୁ ଉମା ଭାରତୀ, କଲ୍ୟାଣ ସିଂ ହାଜର ହୋଇସାରିଥିବା ବେଳେ 23 ରେ ମୁରଲୀ ମନୋହର ଯୋଶୀ ଓ 24 ରେ ଆଡଭାଣୀ ଭିଡିଓ କନଫରେନ୍ସି ଯୋଗେ ହାଜର ହେବେ । ବର୍ତ୍ତମାନ ବାବ୍ରୀ ମସଜିଦ ମାମଲା ପ୍ରତିଦିନ ସ୍ବତନ୍ତ୍ର ସିବିଆଇ କୋର୍ଟରେ ଶୁଣାଣି ହେଉଛି । ଯାହା ଆସନ୍ତା ଅଗଷ୍ଟ ଶେଷ ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।