ଓଡିଶା

odisha

ETV Bharat / bharat

କାଶ୍ମୀର ସୁରକ୍ଷା ଚିନ୍ତା, ଉଚ୍ଚସ୍ତରୀୟ ବୈଠକ ଡାକିଲେ ଅମିତ ଶାହ

ଗୃହ ମନ୍ତ୍ରାଳୟରେ ଚାଲିଛି ଉଚ୍ଚସ୍ତରୀୟ ବୈଠକ । ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଗୃହ ବିଭାଗ ସଚିବ ରାଜୀବ ଗୌବା ମଧ୍ୟ ଉପସ୍ଥିତ ଥିଲେ ।

ଫାଇଲ ଫଟୋ

By

Published : Aug 4, 2019, 7:19 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଜାରି ରହିଥିବା ତିକ୍ତତା ମଧ୍ୟରେ ରବିବାର ସଂସଦ ଭବନରେ ଗୃହମନ୍ତ୍ରୀଳୟର ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଗୃହ ବିଭାଗ ସଚିବ ରାଜୀବ ଗୌବା ମଧ୍ୟ ଉପସ୍ଥିତ ଥିଲେ । ପାଖାପାଖି 2 ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ କାଶ୍ମୀର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା ହୋଇଥିବା ଜଣାପଡୁଛି ।

ସେପଟେ ଆସନ୍ତାକାଲି(ସେମବାର) କେନ୍ଦ୍ର କ୍ୟାବିନେଟର ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ବାସଭବନରେ ସକାଳ 9 ଟା 30 ସମୟରେ ଏହି ବୈଠକ ହେବ ବୋଲି ଜଣା ପଡିଛି । ତେବେ ସାଧାରଣତଃ କେନ୍ଦ୍ର କ୍ୟାବିନେଟ୍‌ର ବୈଠକ ବୁଧବାର ହୋଇଥାଏ । କିନ୍ତୁ ମୋଦି ହଠାତ୍‌ ବୈଠକ ଡାକିଥିବାରୁ ଅନେକ ପ୍ରକାର ଆକଳନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଗତ ସପ୍ତାହରେ ୩୮ ହଜାରରୁ ଅଧିକ ଯବାନ କଶ୍ମୀରରେ ନିୟୋଜିତ କରାଯାଇଛି। ଏହାପରେ ସୁରକ୍ଷାକୁ ଆଖିରେ ରଖି ଅମରନାଥ ଯାତ୍ରା ରଦ୍ଦ କରିବା ସହ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ଫେରିଯିବା ପାଇଁ ଜମ୍ମୁ କଶ୍ମୀର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

https://navbharattimes.indiatimes.com/india/home-minister-amit-shah-meets-nsa-ajit-doval-and-home-secretary-rajiv-gauba-amid-many-speculations-about-kashmir/articleshow/70520357.cms

ABOUT THE AUTHOR

...view details