ଓଡିଶା

odisha

ETV Bharat / bharat

3 ଦିନିଆ ଉତ୍ତର ପୂର୍ବାଞ୍ଚଳ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ - ଗୃହମନ୍ତ୍ରୀ ଅମିତ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି 3 ଦିନିଆ ପୂର୍ବାଞ୍ଚଳ ଗସ୍ତରେ ଯାଇ ଆସାମରେ ପହଞ୍ଚିଛନ୍ତି । ବିଭିନ୍ନ ଉନ୍ନୟନ କାର୍ଯ୍ୟର କରିବେ ଶିଳାନ୍ୟାସ । ପଢନ୍ତୁ ଅଧିକ......

3 ଦିନିଆ ଉତ୍ତର ପୁର୍ବାଞ୍ଚଳ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ, ବିଭିନ୍ନ ଉନ୍ନୟନ ପ୍ରକଳ୍ପର କରିବେ ଶିଳାନ୍ୟାସ
3 ଦିନିଆ ଉତ୍ତର ପୁର୍ବାଞ୍ଚଳ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ, ବିଭିନ୍ନ ଉନ୍ନୟନ ପ୍ରକଳ୍ପର କରିବେ ଶିଳାନ୍ୟାସ

By

Published : Dec 26, 2020, 8:44 PM IST

ଗୌହାଟି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି 3 ଦିନିଆ ପୂର୍ବାଞ୍ଚଳ ଗସ୍ତରେ ଯାଇ ଆସାମରେ ପହଞ୍ଚିଛନ୍ତି । ଏହି ଅବସରରେ ସେ ପଞ୍ଚଦଶ ଶତାବ୍ଦୀର ସନ୍ଥ ସମାଜ ସଂସ୍କାରକ ଶ୍ରୀମନ୍ତ ଶଙ୍କର ବେଦଙ୍କ ଜନ୍ମପୀଠ ଭାବେ ବେଶ ପ୍ରସିଦ୍ଧ ଐତିହାସିକ ବଟଦ୍ରଭ ପୀଠକୁ ସୁରକ୍ଷିତ ରଖିଥିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଓ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମାଙ୍କୁ ଧନ୍ୟବାଦ ଦେଇଛନ୍ତି ।

3 ଦିନିଆ ଉତ୍ତର ପୁର୍ବାଞ୍ଚଳ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ, ବିଭିନ୍ନ ଉନ୍ନୟନ ପ୍ରକଳ୍ପର କରିବେ ଶିଳାନ୍ୟାସ

ଶନିବାର ଶାହ ଗୌହାଟିରେ ପହଞ୍ଚିବା ପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ବିଜେପି ସରକାର ଆସାମରେ ପ୍ରାକୃତିକ ବିପର୍ଯ୍ୟୟ ଓ ବେଆଇନ ଅନୁପ୍ରବେଶ ପରି ଆସାମର ପ୍ରମୁଖ ସମସ୍ୟା ଗୁଡିକୁ ପ୍ରତିହତ କରିବା ପାଇଁ ସାହସ ରଖିଥିବା ସମ୍ପର୍କରେ ଶାହ ଅଭିଭାଷଣରେ କହିଥିଲେ ।

ଶାହ 3 ଦିନିଆ ପୂର୍ବାଞ୍ଚଳ ଗସ୍ତରେ ଥିବାବେଳେ ଦିଲ୍ଲୀ ଫେରିବା ପୂର୍ବରୁ ସେ ପଶ୍ଡିମବଙ୍ଗ, ଆସାମ ଓ ମଣିପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଶନିବାର ସେ ଆସାମରେ ପହଞ୍ଚିଛନ୍ତି । ଆସନ୍ତା ସୋମବାର 755 କୋଟି ଖର୍ଚ୍ଚ ଅଟକଳରେ ଗୌହାଟୀରେ 2ୟ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିବେ ଶାହ । ସେହିପର ବିଭିନ୍ନ ଉନ୍ନୟନ ମୂଳକ କାମର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ସେହିପରି 9ଟି ଆଇନ କଲେଜର ମଧ୍ୟ ଭିତ୍ତି ପ୍ରସ୍ତର ରଖିବେ ଶାହ । ଆସାମର ସିଲଚର, ଧୁବରି, ଦିବୃଗଡ, ଉତ୍ତର ଲକ୍ଷ୍ମୀପୁର , ଜୋରାହାଟ, ନଲବାରୀ , ରଙ୍ଗିଆ, ରେହାରେ ଏହି ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ଭିତ୍ତିପ୍ରସ୍ତର ରଖାଯିବ । ତେବେ ତାଙ୍କର ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details