ଓଡିଶା

odisha

ETV Bharat / bharat

କୌଣସି ବି ପରିସ୍ଥିତିରେ ପ୍ରତ୍ୟାହାର ହେବନି CAA: ଶାହ - amit shah statement on caa

ଲକ୍ଷ୍ନୌରେ ବିରୋଧିଙ୍କ ଉପରେ ଗର୍ଜିଲେ ଗୃହମନ୍ତ୍ରୀ ଅମିତ ଶାହ । ଯେତେ ବିରୋଧ କଲେ ବି CAA ପ୍ରତ୍ୟାହାର ହେବନି ବୋଲି ଶାହ କହିଛନ୍ତି ।

କୌଣସି ବି ପରିସ୍ଥିତିରେ ପ୍ରତ୍ୟାହାର ହେବନି CAA: ଶାହ
କୌଣସି ବି ପରିସ୍ଥିତିରେ ପ୍ରତ୍ୟାହାର ହେବନି CAA: ଶାହ

By

Published : Jan 22, 2020, 2:03 AM IST

ଲକ୍ଷ୍ନୌ: ଗୃହମନ୍ତ୍ରୀ ଅମିତ ଶାହ ଲକ୍ଷ୍ନୌରେ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ଆୟୋଜିତ ଜନଜାଗରଣ ଜନସଭାକୁ ସମ୍ବୋଧିତ କରିଛନ୍ତି । ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଲୋକଙ୍କ ଅସଲ ଚେହେରାକୁ ପଦାକୁ ଆଣିବା ପାଇଁ ଜନଜାଗରଣ ଅଭିଯାନ ଚଳାଇବାକୁ ପଡୁଛି ବୋଲି ଶାହ କହିଛନ୍ତି ।

କୌଣସି ବି ପରିସ୍ଥିତିରେ ପ୍ରତ୍ୟାହାର ହେବନି CAA: ଶାହ

ଶାହ କହିଛନ୍ତି ଯେ ସିଏଏ ବିରୁଦ୍ଧରେ କଂଗ୍ରେସ, ମମତା, ଅଖିଳେଶ ସମସ୍ତେ ଚିତ୍କାର କରୁଛନ୍ତି । ଦେଶର ଅଳ୍ପ ସଂଖ୍ୟକଙ୍କ ନାଗରିକତା ଛଡାଇନିଆଯିବ ବୋଲି ଏମାନେ ମିଛ ପ୍ରଚାର କରୁଛନ୍ତି । ହେଲେ ଭାରତର ବିଭାଜନ ପରେ ଅନେକ ଲୋକଙ୍କ ଉପରେ ଅତ୍ୟାଚାର ହୋଇଥିଲା । ଆମେ ତାଙ୍କର ଦୁଃଖ ବୁଝିଛୁ । ଏହି ଦୁଃଖକୁ ଦୂର କରିବା ପାଇଁ ନାଗରିକତା ସଂଶୋଧନ ଆଇନ ଅଣାଯାଇଛି ବୋଲି ଶାହ କହିଛନ୍ତି ।

ଦେଶ ବିଭାଜନ ସମୟରେ ଅନେକ ଲୋକଙ୍କୁ ହତ୍ୟା କରିଦିଆଗଲା । ପଳାୟନ ପାଇଁ ବାଧ୍ୟ କରାଗଲା । ସେତେବେଳେ ମାନବାଧିକାରର କଥା କହୁଥିବା ଲୋକ କୁଆଡେ ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ଶାହ । ଅନ୍ୟପକ୍ଷେ କୌଣସି ବି ପରିସ୍ଥିତିରେ ସିଏଏ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଶାହ ସ୍ପଷ୍ଟ କରିଛନ୍ତି ।

ABOUT THE AUTHOR

...view details