ଓଡିଶା

odisha

ETV Bharat / bharat

ସିଏଏ ସମର୍ଥନରେ ଲକ୍ଷୌରେ ଗୃହମନ୍ତ୍ରୀ ଶାହାଙ୍କ ବିରାଟ ରାଲି - ଲକ୍ଷୌରେ ସିଏଏ ସମର୍ଥନରେ ଗୃହମନ୍ତ୍ରୀଙ୍କ ବିରାଟ ରାଲି

ନାଗରିକତା ସଂଶୋଧନ ଆଇନ(ସିଏଏ) ପ୍ରସଙ୍ଗରେ ଦେଶର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳିଛି ବିଭେଦ। ସିଏଏକୁ ଦେଶର ଅନେକ ସ୍ଥାନରେ ବିରୋଧ କରାଯାଉଥିବା ବେଳେ, ଏହାକୁ ସମର୍ଥନ ଜଣାଇ ରାଲିର ଆୟୋଜନ କରାଯାଉଛି। ଏହିକ୍ରମରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ସିଏଏ ସମର୍ଥନରେ ଏକ ରାଲିର ଆୟୋଜନ କରାଯାଇଛି।

home-minister-amit-saha-public-meeting-for-support-of-caa-in-lucknow-of-utterpradesh
ଲକ୍ଷୌରେ ସିଏଏ ସମର୍ଥନରେ ଗୃହମନ୍ତ୍ରୀଙ୍କ ବିରାଟ ରାଲି

By

Published : Jan 21, 2020, 1:31 PM IST

ଲକ୍ଷୌ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ଦେଖିବାକୁ ମିଳିଛି ବିଭେଦ। କେତେକ ଏହି ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ, ଅନ୍ୟ ମାନେ ଏହା ସପକ୍ଷରେ ଜନସମର୍ଥନ ହାସଲ କରିବା ପାଇଁ ରାଲିର ଆୟୋଜନ କରୁଛନ୍ତି। ଏହି କ୍ରମରେ ସିଏଏ ପ୍ରସଙ୍ଗରେ ଜନସମର୍ଥନ ହାସଲ କରିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରେ ଏକ ରାଲି ଆୟୋଜିତ କରାଯାଇଛି। ଯେଉଁଥିରେ ନିଜେ ଯୋଗ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଶାହ।

ସଂଶୋଧିତ ନାଗରିକ ଆଇନ ସପକ୍ଷରେ ଜନସମର୍ଥନ ହାସଲ କରିବା ପାଇଁ ବିଜେପି ପକ୍ଷରୁ ରାଲିଠୁ ଆରମ୍ଭ କରି ବିଭିନ୍ନ ସଭାସମିତିର ଆୟୋଜନ କରାଯାଉଛି। ଏନେଇ ମଙ୍ଗଳବାର ଲକ୍ଷ୍ନୌ ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୟୁପି ବିଜେପି ସଭାପତି ସ୍ବତନ୍ତ୍ର ଦେବ ସିଂହ , ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଦିନେଶ ଶର୍ମା ପ୍ରମୁଖ ଯୋଗ ଦେବେ। ଏହାସହିତ ଜାନୁଆରୀ 22 ତାରିଖରେ ମେରଠ ଏବଂ 23ରେ ଆଗ୍ରା ଠାରେ ସିଏଏ ପ୍ରସଙ୍ଗରେ ଜନସମର୍ଥନ ହାସଲ କରିବାକୁ ରାଲି ଆୟୋଜନ କରିବ ବିଜେପି।

ABOUT THE AUTHOR

...view details