ଓଡିଶା

odisha

ETV Bharat / bharat

ହୋମ ଡେଲିଭରୀରେ ଅନଲାଇନ ପେମେଣ୍ଟ ବାଧ୍ୟତାମୂଳକ - ଅହମ୍ମଦାବାଦରେ ହୋମ ଡେଲିଭରୀ କ୍ୟାସଲେସ

ଡେଲିଭରୀ ବୟ ବିଭିନ୍ନ ଜାଗାରେ ଅର୍ଡର ଦେଉଥିବାବେଳେ ନୋଟ୍ ଦ୍ବାରା ଭୂତାଣୁ ବ୍ୟାପିବାର ଅନେକ ସମ୍ଭାବନା ରହିଛି । ତେଣୁ କ୍ୟାସ କାରବାର ସମ୍ପୂର୍ଣ୍ଣ ନିଷେଧ ହୋଇଛି । ଅଧିକ ପଢନ୍ତୁ...

ହୋମ ଡେଲିଭରୀରେ ଅନଲାଇନ ପେମେଣ୍ଟ ବାଧ୍ୟତାମୂଳକ
ହୋମ ଡେଲିଭରୀରେ ଅନଲାଇନ ପେମେଣ୍ଟ ବାଧ୍ୟତାମୂଳକ

By

Published : May 11, 2020, 8:32 PM IST

ଅହମ୍ମଦାବାଦ: କୋରୋନା ଯୋଗୁଁ ଗୁଜରାଟରେ ସ୍ଥିତି ଭୟଙ୍କର ହୋଇଥିବାବେଳେ ବିଭିନ୍ନ ଜାଗାରେ ସରକାର ଲକଡାଉନ କୋହଳ କରିଛନ୍ତି । ଯେଉଁ ଜାଗାରେ ପରିସ୍ଥିତି ସ୍ବାଭାବିକ ଅଛି ସେହି ଗ୍ରୀନ ଜୋନରେ କଟକଣାରେ ସାମାନ୍ୟ ଛାଡ ହୋଇଛି । ଲୋକଙ୍କ ସମସ୍ୟା ଦୃଷ୍ଟିରେ ରଖି ଏପରି ଜାଗାରେ ଅନଲାଇନ ଡେଲିଭରୀକୁ ଅନୁମତି ଦିଆଯାଇଛି ।

ବାହାରକୁ ଯିବା ମନା ଥିବାବେଳେ ସାମଗ୍ରୀ ମଗାଇବା ପାଇଁ ସରକାର ଜନତାଙ୍କୁ ସୁଯୋଗ ଦେଇଛନ୍ତି । ହେଲେ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ କ୍ୟାସ କାରବାର ମନା କରିଛନ୍ତି । ଅହମ୍ମଦାବାଦରେ ହୋମ ଡେଲିଭରୀରେ ଅନଲାଇନ ପେମେଣ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଏଠାରେ ହୋମ ଡେଲିଭରୀ କ୍ୟାସଲେସ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଡେଲିଭରୀ ବୟ ବିଭିନ୍ନ ଜାଗାରେ ଅର୍ଡର ଦେଉଥିବାବେଳେ ନୋଟ୍ ଦ୍ବାରା ଭୂତାଣୁ ବ୍ୟାପିବାର ଅନେକ ସମ୍ଭାବନା ରହିଛି । ତେଣୁ କ୍ୟାସ କାରବାର ସମ୍ପୂର୍ଣ୍ଣ ନିଷେଧ ହୋଇଛି ବୋଲି ଗୁଜରାଟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୀବ କୁମାର ଗୁପ୍ତା କହିଛନ୍ତି । ସେ କହିଛନ୍ତି ଯେ ୟୁପିଆଇ କିମ୍ବା ଅନ୍ୟାନ୍ୟ ଅନଲାଇନ ପ୍ଲାଟଫର୍ମ ଦ୍ବାରା ପେମେଣ୍ଟ କରି ନିଜ ସୁରକ୍ଷା ପାଇଁ କ୍ୟାସଲେସକୁ ଆପଣାନ୍ତୁ ।

ସୌଜନ୍ୟ@ANI

ABOUT THE AUTHOR

...view details