ଓଡିଶା

odisha

ETV Bharat / bharat

କାର୍ତ୍ତିକ ପୂର୍ଣ୍ଣମା: ଅଯୋଧ୍ୟାରେ ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ - କାର୍ତ୍ତିକ ପୂର୍ଣ୍ଣମା

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅଯୋଧ୍ୟାରେ ପବିତ୍ର ସ୍ନାନ । ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

ଫାଇଲ ଫଟୋ

By

Published : Nov 12, 2019, 8:11 AM IST

ନୂଆଦିଲ୍ଲୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅଯୋଧ୍ୟାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ସରୟୁ ନଦୀରେ ଅନେକ ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି । ଏଥକ ଅଯୋଧ୍ୟାରେ କାର୍ତ୍ତିକ ପୂର୍ଣ୍ଣିମା ଖାସ୍ ରହିଛି କାରଣ ଅଯୋଧ୍ୟା ବିବାଦର ସମାଧାନ ପରେ ଏହା ପ୍ରଥମ ସ୍ନାନ । ଅଯୋଧ୍ୟାରେ ଆଜି ଦେବ ଦୀପାବଳୀ ମଧ୍ୟ ପାଳନ କରାଯିବ । ଏଥିପାଇଁ କଡା ବନ୍ଦୋବସ୍ତ କରାଯାଇଛି ।

ବିବାଦୀୟ ଜମି ଉପରେ ସୁପ୍ରିମକୋର୍ଟର ରାୟ ପରେ ମନ୍ଦିରରେ ପୂଜା-ଅର୍ଚ୍ଚନା ସାମାନ୍ୟ ଥିବା ବେଳେ ଅଯୋଧ୍ୟା ସହରର ସ୍ଥିତି ମଧ୍ୟ ସାମାନ୍ୟ ରହିଛି । ନୂଆଘାଟ, ରାମ କି ପେଡି ସହ ଅନ୍ୟ ଘାଟମାନଙ୍କରେ ଶ୍ରଦ୍ଧାଳୁ ସ୍ନାନ କରୁଛନ୍ତି ।

କାର୍ତ୍ତିକ ମାସ ହିନ୍ଦୁ ମାନଙ୍କ ପାଇଁ ପବିତ୍ର ମାସ । ଏହି ମାସରେ ଗଙ୍ଗା ଓ ଅନ୍ୟ ପବିତ୍ର ନଦୀମାନଙ୍କରେ ସ୍ନାନ କରାଯାଏ । କିନ୍ତୁ ପୂର୍ଣ୍ଣିମା ସ୍ନାନର ଅଲଗା ମହତ୍ତ୍ବ ରହିଛି । ଏହି ଦିନ ସ୍ନାନ କଲେ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି । କାର୍ତ୍ତିକ ମାସକୁ ଦାମୋଦର ନାମରେ ମଧ୍ୟ ଜଣାଯାଏ । ଦାମୋଦର ଭଗବାନ ବିଷ୍ଣୁଙ୍କ ନାମ । କାର୍ତ୍ତିକ ମାସର ପବିତ୍ର ସ୍ନାନ ଶରତ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ମଙ୍ଗଳକାର୍ଯ୍ୟ ପାଇଁ ଆଜିର ଦିନ ବହୁତ ଶୁଭ ।

ଦେବ ଦୀପାବଳୀ ଅବସରରେ ନଦୀରେ ଦୀପ ଦାନ କରାଯାଏ । ପୌରାଣିକ କଥା ଅନୁଯାୟୀ, ଭଗବାନ ଶିବ ତ୍ରିପୁରାସୁରକୁ ବଧ କରିଥିଲେ ଓ ଆଜି ହିଁ ଭଗବାନ ବିଷ୍ଣୁ, ମତ୍ସ ରୂପ ଧାରଣା କରିଥିଲେ । ଏହି ମାସରେ ଅଯୋଧ୍ୟାରେ କଳ୍ପବାସର ମଧ୍ୟ ପରମ୍ପରା ରହିଛି । ମାସଯାକ ଶ୍ରଦ୍ଧାଳୁ ନଦୀକୂଳରେ ବାସ କରିଥାନ୍ତି । ପୂଜା-ପାଠ କରନ୍ତି । ପୂର୍ଣ୍ଣିମା ଦିନ ହିଁ କଳ୍ପବାସ ସମାପ୍ତ ହୋଇଥାଏ ।

ABOUT THE AUTHOR

...view details