ଓଡିଶା

odisha

ETV Bharat / bharat

ନିଜାମୁଦ୍ଦିନ ସମାରୋହ ପାଇଁ ସମଗ୍ର ମୁସଲିମ ସମ୍ପ୍ରଦାୟକୁ ଦାୟୀ କରିବା ଭୁଲ୍: ଏନସିଏମ୍

ଗତ ଶୁକ୍ରବାର ଜାତୀୟ ସଂଖ୍ୟାଲଘୁ ଆୟୋଗ (ଏନସିଏମ୍) କହିଛନ୍ତି ଯେ, ଦିଲ୍ଲୀର ନିଜାମୁଦ୍ଦୀନ ମରକଜ ସମାରୋହ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଅଟେ । କିନ୍ତୁ ଏଥିପାଇଁ ସମଗ୍ର ମୁସଲମାନ ସମ୍ପ୍ରଦାୟକୁ ଦାୟୀ କରିବା ଭୁଲ ଅଟେ।

_tablig jamat
ନିଜାମୁଦ୍ଦୀନ ସମାରୋହ ପାଇଁ ସମଗ୍ର ମୁସଲମାନ ସମ୍ପ୍ରଦାୟକୁ ଦାୟୀ କରିବା ଭୁଲ୍

By

Published : Apr 25, 2020, 11:21 AM IST

ନୂଆଦିଲ୍ଲୀ: ଦିଲ୍ଲୀ ନିଜାମ୍ମୁଦ୍ଦୀନ ମରକଜ ସମାରୋହ ପାଇଁ ସମଗ୍ର ମୁସଲମାନ ସମ୍ପ୍ରଦାୟକୁ ଦାୟୀ କରିବା ଭୁଲ ଅଟେ। ଗତ ଶୁକ୍ରବାର ଜାତୀୟ ସଂଖ୍ୟାଲଘୁ ଆୟୋଗ (ଏନସିଏମ୍) କହିଛନ୍ତି ଯେ, ଦିଲ୍ଲୀର ନିଜାମୁଦ୍ଦୀନ ମରକଜ ସମାରୋହ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଅଟେ । କିନ୍ତୁ ଏଥିପାଇଁ ସମଗ୍ର ମୁସଲମାନ ସମ୍ପ୍ରଦାୟକୁ ଦାୟୀ କରିବା ଭୁଲ ଅଟେ।

ଏକ ଚିଠିରେ ପିଆଇବି ପ୍ରିନ୍ସିପାଲ ଅଧ୍ୟକ୍ଷ ଜେନେରାଲ କେ ଏସ ଧତ୍ବାଲି, ଜାତୀୟ ସଂଖ୍ୟାଲଘୁ ଆୟୋଗ କମିଶନର ଡାନିଏଲ ଇ ରିଚାର୍ଡ କହିଛନ୍ତି ଯେ, କମିଶନ ଅନୁଭବ କରୁଛନ୍ତି ଗଣମାଧ୍ୟମରେ ସଠିକ୍ ଚିତ୍ର ଉପସ୍ଥାପନ କରିବା ଜରୁରୀ ଅଟେ। ଏଥିସହ ସେ କହିଛନ୍ତି, ପ୍ରାୟତଃ ବହୁ ଗଣମାଧ୍ୟମ ରିପୋର୍ଟରେ ଏହା ଦେଖାଯାଇଛି ଯେ କୋରୋନା ଆକ୍ରାନ୍ତଙ୍କ ବୃଦ୍ଧି ପାଇଁ ତବଲୀଗ ଜମାତ ଫେରନ୍ତା ଦାୟୀ ।

ଆୟୋଗ ଅନୁଭବ କରୁଛି ଯେ ଗଣମାଧ୍ୟମରେ ସଠିକ୍ ଚିତ୍ର ଉପସ୍ଥାପନ କରିବାକୁ ଏକ ଜରୁରୀ ଆବଶ୍ୟକତା ରହିଛି । ଯାହା ମୁସଲିମ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଜଡିତ ହେବା ଉଚିତ ନୁହେଁ । ଏଣୁ ମୁଁ ତୁମକୁ ଅନୁରୋଧ କରୁଛି ଯେ ତୁରନ୍ତ ଏହି ବାର୍ତ୍ତାକୁ ଗଣମାଧ୍ୟମ ଦ୍ବାରା ଦେଶରେ ପହଞ୍ଚାଇବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉ ବୋଲି ଡାନିଏଲ ଇ. ରିଚାର୍ଡ଼ କହିଛନ୍ତି । ଡାନିଏଲଇ ରିଚାର୍ଡସ ଆହୁରି ମଧ୍ୟ କହିଛନ୍ତି ଯେ, କୋରୋନା ମହାମାରୀ ପାଇଁ ଦେଶରେ ପ୍ରଧାନମନ୍ତ୍ରୀ ମୋଦି ନେଉଥିବା ଉପଯୁକ୍ତ ପଦକ୍ଷେପ ପାଇଁ ଏନସିଏମ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରୁଛି ।

ଏପଟେ ଗୁଜବ ଏବଂ ସାମ୍ପ୍ରଦାୟିକ ହିଂସା ଖବର ପ୍ରଚାର କରୁଥିବା ଗଣମାଧ୍ୟମ ବିରୋଧରେ କଡା କାର୍ଯାନୁଷ୍ଠାନ ନେବା ପାଇଁ ବିଶିଷ୍ଟ ମୁସଲିମ ସଂସ୍ଥା ଜାମିଆତ୍ ଉଲେମା-ଇ-ହିନ୍ଦ୍ ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ABOUT THE AUTHOR

...view details