ନୂଆଦିଲ୍ଲୀ: ରାଜ୍ୟସଭାରେ ବୁଧବାର ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲ ଉପରେ ଜୋରଦାର ବିତର୍କ ଚାଲିଥିଲା। ପାଖାପାଖି 230 ଜଣ ସାଂସଦ ବିତର୍କରେ ଭାଗ ନେଇଥିଲେ। ଆଲୋଚନା ବେଳେ କଂଗ୍ରେସର ପୁରୁଖା ସାଂସଦ ଗୃହମନ୍ତ୍ରୀଙ୍କୁ ଘେରିବାକୁ କୌଣସି ସୁଯୋଗ ହାତ ଛଡା କରିନଥିଲେ । ପ୍ରଶ୍ନପରେ ପ୍ରଶ୍ନ ଛିଡାକରି ସରକାରଙ୍କୁ ବ୍ୟାକଫୁଟକୁ ଆଣିବାକୁ ଉଦ୍ୟମ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ କପିଲ ଶିବଲ କହିଥିଲେ ଗୃହମନ୍ତ୍ରୀଙ୍କୁ ଦେଶର ମୁସଲମାନ ଡରୁନାହାଁନ୍ତି।
ଆପଣଙ୍କୁ ମୁସଲମାନ ଡରୁନାହାଁନ୍ତି ଆକ୍ଷେପରେ ଅମିତ ଶାହାଙ୍କ ସିଧା ଉତ୍ତର - ରାଜ୍ୟସଭା
ରାଜ୍ୟସଭାରେ କଂଗ୍ରେସର ରାଜ୍ୟସଭା ସାଂସଦ କପିଲ ଶିବଲଙ୍କୁ ଗୃହମନ୍ତ୍ରୀଙ୍କ କଡା ଜବାବ । କ’ଣ ଥିଲା ଜବାବ ପଢନ୍ତୁ...
ରାଜ୍ୟସଭାରେ କପିଲ ଶିବଲଙ୍କୁ ଗୃହମନ୍ତ୍ରୀଙ୍କ କଡା ଜବାବ
କପିଲ ଶିବଲଙ୍କୁ ଅମିତ ଶାହା ଏହାର କଡା ଜବାବ ଦେଇଥିଲେ । ତାଙ୍କୁ କୌଣସି ବି ମୁସଲମାନ ଡରିବା ଦରକାର ନାହିଁ । ଦେଶର ଗୃହମନ୍ତ୍ରୀଙ୍କୁ କେହି ବି ଡରିବାର ପ୍ରଶ୍ନ ଉଠୁନାହିଁ । ଦେଶର ଗୃହମନ୍ତ୍ରୀଙ୍କ ଉପରେ ସମସ୍ତେ ଭରଷା ରଖିବା ଆବଶ୍ୟକ ବୋଲି ଅମିତ ଶାହା କହିଥିଲେ। ଏହାସହ ମୁସଲମାନଙ୍କୁ ଆଶ୍ବାସନା ଦେଇ କହିଥିଲେ ସେମାନେ ତିଳେମାତ୍ର ଡରିବାର ଆବଶ୍ୟକତା ନାହିଁ।