ଶ୍ରୀନଗର:ଭାରତୀୟ ସେନାକୁ ବଡ ସଫଳତା । କାମରାଜୀପୋରାରେ ଭାରତୀୟ ଯବାନଙ୍କ ଗୁଳିରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ କମାଣ୍ଡରର ମୃତ୍ୟୁ ହୋଇଥିବା ସୂଚନା ।
କାମଜିପୋରାରରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଜାମ୍ମୁ ଓ କାଶ୍ମୀର ପୋଲିସ ସୂତ୍ରରୁ ଖବର ପାଇ ଅପରେସନ ଚଳାଇଥିଲା ସେନା । ତେବେ ଏନକାଉଣ୍ଟର ସମୟରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ଆଜାଦ ଲାହରିର ମୃତ୍ୟୁ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକାରୀ ଜଣକ ଆହୁରି କହିଛନ୍ତି, ସୁରକ୍ଷାବାହୀନଙ୍କ ଟିମ ଯେତେବେଳେ ଆତଙ୍କବାଦୀଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ସେତେବେଳେ ଆତଙ୍କବାଦୀମାନେ ମଧ୍ୟ ସେନା ଉପରେ ଗୁଳିବର୍ଷଣ କରିଥିଲେ । ଗୁଳିବିନିମୟ ସମୟରେ 53 ରାଷ୍ଟ୍ରୀୟ ରାଇଫଲର ଜଣେ ଜବାନ ଶହୀଦ ହୋଇଥିବା ସେ କହିଛନ୍ତି ।
ପୋଲିସ ଅଧିକାରୀଙ୍କ କହିବାନୁସାରେ ଏହି ଘଟଣାରେ ଗୋଟିଏ AK47 ବନ୍ଧୁକ ସହ ଗ୍ରେନେଡ ମଧ୍ୟ ଜବତ ହୋଇଛି । ପରେ ମୃତ ଆତଙ୍କବାଦୀର ପୁଲଓ୍ବାମାର ଆଜାଦ ମହମ୍ମଦ ଲୋତ (ଆଜାଦ ଲାହରି) ବୋଲି ଜଣାପଡିଛି । ତେବେ ପୋଲିସ ଓ 53 ରାଷ୍ଟ୍ରୀୟ ରାଇଫଲର ମିଳିତ ଅପରେସନରେ ହିଜବୁଲର ଏହି ଆତଙ୍କବାଦୀକୁ ମାରିବାରେ ସଫଳ ହୋଇଛି ସେନା ।