ହାଇଦ୍ରାବାଦ: ନାଗା ବିଦ୍ରୋହ ହେଉଛି ଭାରତର ସର୍ବ ପୁରାତନ ବିଦ୍ରୋହ। ନାଗା ପାହାଡରେ ବ୍ୟାପିଥିବା ଶହ ଶହ ଜନଜାତିଙ୍କୁ ନେଇ ବର୍ତ୍ତମାନର ନାଗାଲାଣ୍ଡ, ମଣିପୁର, ଅରୁଣାଚଳ ପ୍ରଦେଶ ଓ ଆସାମର କିଛି ଅଞ୍ଚଳ । ଆମ ପଡୋଶୀ ଦେଶ ମିଆଁମାରର ନାଗା ହିଲ୍ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ । ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଆସାମ ଓ ମଣିପୁର- ଦି ଗ୍ରେଟର ନାଗାଲିମ୍ ଗଠନ କରିବା ପାଇଁ 1946 ପରଠାରୁ ଏକ ସଶସ୍ତ୍ର ବିପ୍ଳବ ଚଲାଇଛନ୍ତି। ସେମାନଙ୍କର ପ୍ରାଥମିକ ଚାହିଦା ହେଉଛି ଗ୍ରେଟର ନାଗାଲିମର ସ୍ବୟଂଶାସିତ ଦେଶ ଗଠନ । ଯାହା ଏହି ସବୁ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବ ।
ଇତିହାସ-
- 1826 ମସିହାରେ ଆସାମର ‘ଆନ୍ଦୋଳନ’ ପରେ ନାଗା ପାହାଡ ବ୍ରିଟିଶ ଭାରତର ଏକ ଅଂଶ ହୋଇଗଲା। 1918 ମସିହାରେ ନାଗା କ୍ଲବ ଗଠନ ହେଲା ଓ ନାଗା ନ୍ୟାସନାଲ କାଉନସିଲ (NNC) ନାମକ ଏକ ରାଜନୈତିକ ୟୁନିଟ୍ ଗଠନ ହେଲା ।
- ଅଗଷ୍ଟ 14, 1947 ରେ ଅଙ୍ଗାମି ଜାପୁ ଫିଜୋଙ୍କ ନେତୃତ୍ବରେ NNC ନାଗାଲାଣ୍ଡକୁ ଏକ ସ୍ବାଧୀନ ରାଜ୍ୟ ଘୋଷଣା କରାଗଲା ।
- ‘ସାର୍ବଭୌମ ନାଗାଲାଣ୍ଡ’ କୁ ସମର୍ଥନ କରୁଥିବା ରାଜ୍ୟରେ ହୋଇଥିବା ଏକ ଉପନିର୍ବାଚନ ପରେ ଫିଜୋ 1952 ମସିହାରେ ନାଗା ଫେଡେରାଲ୍ ସରକାର (NFG) ଓ ନାଗା ଫେଡେରାଲ୍ ଆର୍ମି (NFA) ଗଠନ କରିଥିଲେ । ଯାହା ପରେ ସରକାରଙ୍କ ସହ ବିବାଦ ଆରମ୍ଭ ହୋଇଥିଲା ।
- ଏହି ବିବାଦ ହିଂସାତ୍ମକ ରୂପ ନେଇଥିଲା ଓ 1958 ମସିହାରେ ସଶସ୍ତ୍ର ବାହିନୀର ସ୍ବତନ୍ତ୍ର ଶକ୍ତି ଆଇନ (AFSPA) କାର୍ଯ୍ୟକାରୀ କରାଯାଇଥିଲା। 1975ରେ ଶିଲୋଙ୍ଗ ଚୁକ୍ତି ସ୍ବାକ୍ଷର କରାଗଲା । ଏହା ବିବାଦକୁ ସାମାନ୍ୟ ହ୍ରାସ କରିଥିଲା କିନ୍ତୁ ଏବେବି ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ୍ ନାଗାଲାଣ୍ଡ(NSCN) ଏହାକୁ ମାନି ନଥିଲା ଓ ବିଦ୍ରୋହ ଜାରି ରଖିଥିଲା ।
ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ୍ ନାଗାଲାଣ୍ଡ(NSCN) ର ଦାବି -
- ଗ୍ରେଟର ନାଗାଲିମର ଗଠନ । ଅର୍ଥାତ ଏକ ଅଲଗା ଦେଶର ଗଠନ । ଏଥିରେ ଆସାମ, ଅରୁଣାଚଳ ପ୍ରଦେଶ ଓ ମଣିପୁରର ଅନେକ ଜିଲ୍ଲା ସମ୍ପକ୍ତ ରହିବ । ମଧ୍ୟ ମିଆଁମାରର ଏକ ବଡ଼ ଟ୍ରାକ୍ଟ ଅନ୍ତର୍ଭୁକ୍ତ ଥିଲା । ଗ୍ରେଟର ନାଗାଲିମ୍ ମ୍ୟାପ ଅନୁସାରେ ଏହା 1,20,000 ବର୍ଗ କିଲୋମିଟର ଅଞ୍ଚଳକୁ ଅକ୍ତିଆର କରି ସ୍ବତନ୍ତ୍ର ଦେଶ କରିବ ମାତ୍ର ନାଗାଲାଣ୍ଡର ସମସ୍ତ ଅଞ୍ଚଳ ମାତ୍ର 16,527 ବର୍ଗ କିଲୋମିଟର ।
- ନାଗାଲାଣ୍ଡ ବିଧାନସଭା ‘ଗ୍ରେଟର ନାଗାଲିମ’କୁ ସମର୍ଥନ କରିଛି । ଅର୍ଥାତ ଗୋଟିଏ ପ୍ରଶାସନିକ ଛାତ ତଳେ ସମସ୍ତ ନାଗା-ଅଧିବାସୀ ଅଞ୍ଚଳର ଏକତ୍ରୀକରଣ ପ୍ରକୃତ ଲକ୍ଷ୍ୟ । ପ୍ରାୟ 5 ଥର ଏହାକୁ ସମର୍ଥନ କରାଯାଇଛି । ଯଥା, ଡିସେମ୍ବର 1964, ଅଗଷ୍ଟ 1970, ସେପ୍ଟେମ୍ବର 1994, ଡିସେମ୍ବର 2003 ଓ ଜୁଲାଇ 27, 2015 ।
କ୍ରମାନୁସାରେ ଭାରତରେ ନାଗା ବିଦ୍ରୋହ....
1918- ବିଭିନ୍ନ ନାଗା ଜନଜାତିଙ୍କୁ ଏକାଠି କରି ନାଗା କ୍ଲବର ଗଠନ ।
1929-ସାଇମନ୍ କମିଶନ ଆଗରେ ନାଗା କ୍ଲବର ସ୍ବତନ୍ତ୍ର ରହିବାକୁ ଦାବି
1937-ନାଗା ଅଞ୍ଚଳଗୁଡିକ ଭାରତ ସରକାରଙ୍କ ଅଧିନିୟମ (1935) ର ଦୃଷ୍ଟିକୋଣରୁ ଦୂରେଇ ରହି ବ୍ରିଟିଶ କ୍ରାଉନ୍ ଅଧୀନରେ ସିଧାସଳଖ ଅଣାଯାଇଥିଲା ।
1964-ଭିନ୍ନ ନାଗା ଦେଶ ପାଇଁ ନାଗା ନ୍ୟାସନାଲ କାଉନସିଲର ଗଠନ କଲେ ଫିଜୋ
1947-ଆସାମର ତତ୍କାଳୀନ ରାଜ୍ୟପାଳ ସାର୍ ଆକବର ହାଇଡେରୀ ନାଗାସ୍ ମୋଡରେଟର୍ ଟି ସାଖ୍ରି ଓ ଆଲିବା ଇମତି 9 ପଏଣ୍ଟ୍ ଚୁକ୍ତି ସ୍ବାକ୍ଷର କରିଥିଲେ।
1947-ନାଗା ନ୍ୟାସନାଲ କାଉନସିଲର ସ୍ବାଧିନତା ଘୋଷଣା
1951-NNC ଦାବି କରିଛି ଯେ 99 ପ୍ରତିଶତ ନାଗା ଲୋକ ସ୍ବାଧୀନତାକୁ ସମର୍ଥନ କରନ୍ତି । 1952 ର ପ୍ରଥମ ସାଧାରଣ ନିର୍ବାଚନକୁ NNC ବୈଠକ କରି ହିଂସାବାଦୀ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଆରମ୍ଭ କରିଥିଲା ।
1956- ଆସାମର ନାଗା ହିଲ୍ସ ଜିଲ୍ଲାରେ ବିଦ୍ରୋହକୁ ଦମନ କରିବା ପାଇଁ ନୂଆଦିଲ୍ଲୀ ସେନା ପଠାଏ । ଫିଜୋ ଡିସେମ୍ବରରେ ପୂର୍ବ ପାକିସ୍ଥାନ ପଳାୟନ କରିଥିଲେ । ପରବର୍ତ୍ତୀ ସମୟରେ ଜୁନ୍ 1960 ରେ ଲଣ୍ଡନକୁ ପଳାୟନ କରିଥିଲେ ।
1958-ନାଗା ପାହାଡରେ ସଶସ୍ତ୍ର ବାହିନୀ ଅଧିନିୟମ ଲାଗୁ ।
1960-ନାଗା ପିପୁଲ୍ସ କନଭେନସନ୍ ସହିତ ନୂଆଦିଲ୍ଲୀ 16 ପଏଣ୍ଟ ଚୁକ୍ତି ସ୍ବାକ୍ଷର କଲା ।
1963-ନାଗାଲାଣ୍ଡକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା