ଡେରାଡୁନ: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନର ଏକ ଖାସ ଇତିହାସ ରହିଛି । ଡେରାଡୁନ ବିଷୟରେ କହିବାକୁ ହେଲେ ଭାରତୀୟ ସାମରିକ ଏକାଡେମୀକୁ ମଧ୍ୟ ମନେ ପକାଇବାକୁ ହେବ । ଡେରାଡୁନର ନିଜସ୍ବ ଇତିହାସରେ ଆଇଏମଏ ଏକ ବୀରତ୍ୱର ସାଗାକୁ ପୃଥକ ଭାବରେ ଲେଖିଛି ।
1932 ମସିହା ଅକ୍ଟୋବର 1ରେ, 40 କ୍ଯାଡେଟଙ୍କ ସହିତ ଆଇଏମଏର ସ୍ଥାପନା ହୋଇଥିଲା । 1934ରେ ଭାରତୀୟ ସାମଗିକ ଏକାଡେମୀର ପ୍ରଥମ ବ୍ୟାଚ ପାସ ଆଉଟ ହୋଇଥିଲେ । ଡେରାଡୁନର ଯେଉଁ ସ୍ଥାନରେ ଆଜି ଭାରତୀୟ ସେନାର ଏକାଡେମୀ ରହିଛି ତାହା 8ରୁ 9 ଦଶକ ପୂର୍ବରୁ ସେଠାରେ ଷ୍ଟାଫ କଲେଜ ରହିଥିଲା । ଏହି କଲେଜରେ 206 ଏକର କ୍ୟାମ୍ପସ ଓ କଲେଜର ଅନ୍ୟାନ୍ୟ ଜିନିଷ ସୈନ୍ୟ ଏକାଡେମୀ ଅର୍ଥାତ ଆଇଏମଏକୁ ହସ୍ତାନ୍ତର କରାଯାଇଥିଲା ।
ଦେଶ-ବିଦେଶର ସେନା ଅଫିସର ଦେଇଛି ଆଇଏମଏ
1971 ମସିହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ନାୟକ ଭାରତୀୟ ସେନାର ପ୍ରଥମ ଫିଲ୍ଡ ମାର୍ଶଲ ଜେନେରାଲ ସ୍ୟୌମ ମାନେକ୍ସା ଏହି ଏକାଡେମୀର ଛାତ୍ର ଥିଲେ । ଭାରତୀୟ ସାମରିକ ଏକାଡେମୀର ଦେଶ-ବିଦେଶ ସୈନ୍ୟବାହିନୀର 62 ହଜାର 139 ଯୁବ ଅଫିସର ମିଳିଛି । ଏଥିରେ ବନ୍ଧୁରାଷ୍ଟ୍ରର 2413 ଯୁବ ଅଫିସର ସାମିଲ ଅଛନ୍ତି ।
IMAରୁ ପାସ ହୋଇଛନ୍ତି ପାକିସ୍ତାନ ଓ ମିଆଁମିଆର ସେନାଧ୍ୟକ୍ଷ
ବ୍ରିଗେଡିୟର ଏଲପି କଲିନ୍ସ IMA ର ପ୍ରଥମ କମାଣ୍ଡାଣ୍ଟ ହୋଇଥିଲେ । IMA ର ପ୍ରାରମ୍ଭିକ ବ୍ୟାଚ ନାମ ପାୟୋନିଅର୍ ବ୍ୟାଚ୍ | ଫିଲ୍ଡ ମାର୍ଶଲ ସାମ ମାନେକ୍ସା ଏବଂ ମିଆଁମାର ଆର୍ମି ମୁଖ୍ୟ ସ୍ମିଥ ଡନଙ୍କ ସହ ପାକିସ୍ତାନୀ ସେନା ମୁଖ୍ୟ ମହମ୍ମଦ ମୁସା ଏହି ବ୍ୟାଚରୁ ବାହାରିଥିଲେ।
ସେହି ସମୟରେ କାହାକୁ ଅନୁମାନ ମଧ୍ୟ ନଥିଲା ଆଇଏମଓ ଦେଶର ରକ୍ଷା କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । 10 ଡିସେମ୍ବର 1932ରେ ଫିଲ୍ଡ ମାର୍ଶଲ ସାର୍ ଫିଲିପ୍ ଡବ୍ଲୁ ଚୈଟଉଡ୍ ଆନୁଷ୍ଠାନିକ ଭାବେ ଏହି ଏକାଡେମୀର ଉଦଘାଟନ କରିଥିଲେ । ସେବେ ଠାରୁ ଏହି ବିଲ୍ଡିଂର ତାଙ୍କ ନାମ ଅନୁସାରେ ଚୈଟଉଡ୍ ବିଲ୍ଡଂ ରଖାଯାଇଛି ।
ବ୍ରିଗେଡିୟର୍ ଠାକୁର ମହାଦେବ ସିଂ ଥିଲେ ପ୍ରଥମ ଭାରତୀୟ ଯିଏ ସ୍ବାଧିନତା ପରେ ଆଇଏମଏର ସମସ୍ତ ଦାୟିତ୍ବ ନେଇଥିଲେ । 1949 ମସିହାରେ ସୁରକ୍ଷା ବଳ ଏକାଡେମୀର ନାମ ନାମିତ କରାଗଲା । ଏହାର ଅନ୍ୟ ଏକ ଶାଖା କ୍ଲେମନଟାଉନରେ ଖୋଲାଗଲା । ପରେ ଏହାକୁ ନ୍ୟାସନାଲ ଡିଫେନ୍ସ ଏକାଡେମୀର ନାମ ଦିଆଗଲା ।
କ୍ଲେମନଟାଉନରେ ସେନାର ତିନି ୱାଙ୍ଗଙ୍କୁ ଟ୍ରେନିଂ ଦିଆଯାଉଥିଲା
ପ୍ରାରମ୍ଭିକ ସମୟରେ ସେନାର ସମସ୍ତ ତିନୋଟି ୱିଙ୍ଗଙ୍କୁ କ୍ଲେମାନଟଉନରେ ତାଲିମ ପ୍ରାପ୍ତ ହୋଇଥିଲା । 1954 ରେ NDA ପୁଣେକୁ ସ୍ଥାନାନ୍ତରିତ ହେବା ପରେ ଏହାର ନାମ ମିଲିଟାରୀ କଲେଜ ହେଲା । 1960 ମସିହାରେ, ଏହି ଅନୁଷ୍ଠାନର ନାମ ଭାରତୀୟ ମିଲିଟାରୀ ଏକାଡେମୀ ଭାବରେ ନାମିତ ହେଲା ।
ପୂର୍ବତନ ରାଷ୍ଟ୍ରପତି ଡ.ରାଧାକୃଷ୍ଣ ଏକାଡେମୀକୁ ଧ୍ବଜ ପ୍ରଦାନ କରିଥିଲେ
1962 ମସିହା 10 ଡିସେମ୍ବରରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ଏସ୍ ରାଧାକ୍ରିଷ୍ଣନ୍ ଏକାଡେମୀକୁ ନୂତନ ପତାକା ପ୍ରଦାନ କରିଥିଲେ। ଏଥି ସହିତ, ପ୍ରତିବର୍ଷ ଜୁନ୍ ଏବଂ ଡିସେମ୍ବରର ଦ୍ୱିତୀୟ ଶନିବାରରେ IMA ରେ ଏକ ପାସ୍ ପରେଡ୍ ଆୟୋଜିତ ହୁଏ ।ଜେଣ୍ଟେନମ୍ୟାନ କ୍ୟାଡେଟଙ୍କ ପରେଡ ପରେ ସେମାନେ ସେନାର ଅଧିକାରୀ ହୁଅନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ