ହାଇଦ୍ରାବାଦ: ଜୁନ 30 ରେ ବିଶ୍ବ ସୋସିଆଲ୍ ମିଡିଆ ଦିବସ ପାଳନ କରୁଛି । ବିଶ୍ବର ଯୋଗାଯୋଗ ଉପରେ ସୋସିଆଲ ମିଡିଆ ପ୍ରଭାବକୁ ଚିହ୍ନିବା ପାଇଁ ବିଭିନ୍ନ ସ୍ଥାନରୁ ଲୋକେ ଏହି ଦିବସରେ ଏକାଠି ହୋଇଛନ୍ତି । ଏକ ଲୋକପ୍ରିୟ ୱେବସାଇଟ୍ Masahable 2010 ରେ ଏହି ଦିନକୁ ଆରମ୍ଭ କରିଥିଲା ।
ସୋସିଆଲ ମିଡିଆ ବର୍ତ୍ତମାନ କେବଳ ଲୋକଙ୍କୁ ସେମାନଙ୍କର ବନ୍ଧୁ ଓ ପରିବାର ସହିତ ସଂଯୋଗ କରିବାରେ ସାହାଯ୍ୟ କରେ ନାହିଁ ବରଂ ଅନେକ ଶିକ୍ଷାନୁଷ୍ଠାନ, ବେସରକାରୀ କମ୍ପାନୀ, ଅନୁସନ୍ଧାନ ସଂଗଠନ, ଛୋଟ-ବଡ ବ୍ୟବସାୟଙ୍କ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ଆଣିଛି । ସୋସିଆଲ ମିଡିଆର ଉପସ୍ଥିତି ଯେକୌଣସି ସମୟରେ ଓ ସବୁ ସ୍ଥାନରେ ଦେଖିବାକୁ ମିଳୁଛି ।
-3.81 ବିଲିୟନ ସକ୍ରିୟ ୟୁଜର୍ସ ସର୍ବଭାରତୀୟ ସ୍ତରରେ ସୋସିଆଲ ମିଡିଆ ବ୍ୟବହାର କରନ୍ତି । 2019 ସୁଦ୍ଧା ଭାରତରେ 574 ନିୟୁତ ଇଣ୍ଟରନେଟ ବ୍ୟବହାରକାରୀ ଥିଲେ।
-ଆକଳନ କରାଯାଇଛି ଯେ ଡିସେମ୍ବର 2020 ସୁଦ୍ଧା ଭାରତରେ ପ୍ରାୟ 639 ନିୟୁତ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀ ରହିବେ।
-2020 ର ପ୍ରଥମ ତ୍ରୟ ମାସିକ ସୁଦ୍ଧା ଫେସବୁକରେ ମାସିକ 2.6 ବିଲିୟନ ସକ୍ରିୟ ୟୁଜର୍ସ ଅଛନ୍ତି।
-2020 ରେ ବିଶ୍ବ ସ୍ତରରେ ସୋସିଆଲ ମିଡିଆ ଅନୁପ୍ରବେଶ ହାର 49 ପ୍ରତିଶତରେ ପହଞ୍ଚିଛି । ପୂର୍ବ ଏସିଆ ଓ ଉତ୍ତର ଆମେରିକାରେ ସର୍ବାଧିକ ଅନୁପ୍ରବେଶ ହାର ଯଥାକ୍ରମେ 71 ଓ 69 ପ୍ରତିଶତ ରହିଛି। ଏହାପରେ ଉତ୍ତର ୟୁରୋପରେ 67 ପ୍ରତିଶତ ରହିଛି।