ଓଡିଶା

odisha

By

Published : Sep 28, 2019, 11:10 PM IST

ETV Bharat / bharat

ଦେବଦୂତ ଯବାନ, ଚଳନ୍ତା ଟ୍ରେନରୁ ଖସିପଡିଥିବା ଯୁବକଙ୍କ ବଞ୍ଚାଇଲେ ଜୀବନ

ଯବାନଙ୍କ ମହାନତା, ଟ୍ରେନରୁ ଖସିପଡିଥିବା ଯୁବକଙ୍କୁ ଉଦ୍ଧାର କରି ବଞ୍ଚାଇଲେ ଜୀବନ । ହରିୟାଣାର ହିସାର ରେଳ ଷ୍ଟେସନରେ ଘଟିଛି ଏହି ଘଟଣା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଚଣ୍ଡିଗଡ: ହରିୟାଣା ସ୍ଥିତ ହିସାର ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସିପଡୁଥିବା ଜଣେ ଯାତ୍ରୀଙ୍କୁ ବଞ୍ଚାଇଛନ୍ତି କାର୍ଯ୍ୟରତ ଯବାନ । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।

ସୂଚନାମୁତାବକ, ବୁଧବାର ସଂଧ୍ୟା ସମୟରେ ହିସାର ରେଳ ଷ୍ଟେସନରେ ପ୍ରବଳ ଭିଡ ଥିଲା । ଟ୍ରେନରେ ସ୍ଥାନ କମ ଥିବାରୁ ଜଣେ ଯୁବକ ଟ୍ରେନର ଦ୍ବାର ନିକଟରେ ଠିଆହୋଇଥିଲେ । ଟ୍ରେନଟି ଚାଲିବାରୁ ହଠାତ ଯୁବକଙ୍କର ହାତ ଖସିଯାଇଥିଲା । ଏହାପରେ ସେ ଟ୍ରେନ ଆଉ ପ୍ଲାଟଫର୍ମ ମଝିରେ ଗଳିପଡିଥିଲେ । ଏହାପରେ ନିକଟରେ କାର୍ଯ୍ୟରତ ଥିବା ଯବାନ ମାନେ ଦୌଡି ଆସି ଯୁବକଙ୍କୁ ଉପରକୁ ଭିଡି ଆଣି ତାଙ୍କ ଜୀବନ ବଞ୍ଚାଇଛନ୍ତି ।

ଟ୍ରେନ ତଳକୁ ଖସିପଡିଥିବା ଯୁବକ ଜଣଙ୍କ ହେଲେ ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲାର ଅରବିନ୍ଦ । ବୁଧବାର ସେ ଗୋରଖଧାମ ଏକ୍ସପ୍ରେସରେ ଚଢିଥିଲେ । ଏହାପରେ ଏହି ଦୁର୍ଘଟଣା ଘଟିଥିଲା । ଯୁବକଙ୍କର ଜୀବନ ବଞ୍ଚାଇଥିବା 2 ଜଣ ଯବାନ ହେଲେ ଚେତରାମ ଓ କମଲେଶ । ତେବେ ଷ୍ଟେସନରେ ଲାଗିଥିବା କ୍ୟାମେରାରେ ଏହି ଭିଡିଓଟି କଏଦ ହୋଇଥିଲା ।

ABOUT THE AUTHOR

...view details