ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ଖାଉଟି ଉତ୍ପାଦ ପ୍ରସ୍ତୁତକାରୀ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ମଙ୍ଗଳବାର କହିଛି ଯେ ଦେଶରେ କୋରୋନା ପରୀକ୍ଷାକୁ ବୃଦ୍ଧି କରିବା ପାଇଁ କମ୍ପାନୀ 13 କୋଟି ଟଙ୍କା ମୂଲ୍ୟର 74,328 ଆରଟି-ପିସିଆର କୋଭିଡ୍ -19 ପରୀକ୍ଷା କିଟ୍ ଦାନ କରିଛି ।
ମହାରାଷ୍ଟ୍ର ସରକାର ପ୍ରାୟ 28,800 ଆରଟି-ପିସିଆର ପରୀକ୍ଷା କିଟ୍ ଗ୍ରହଣ କରିଛନ୍ତି ଏବଂ କିଟ୍ ଗ୍ରହଣ କରିଥିବା ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ, ମେଟ୍ରୋପଲିସ୍ ଲ୍ୟାବ ଏବଂ ଆପୋଲୋ ହସ୍ପିଟାଲ୍ ଅନ୍ତର୍ଭୁକ୍ତ ।
ଆରଟି-ପିସିଆର ପରୀକ୍ଷଣ କିଟ୍ ଗୁଡିକରେ ନ୍ୟୁକ୍ଲିୟିକ୍ ଏସିଡ୍ ଡାଇଗ୍ନୋଷ୍ଟିକ୍ କିଟ୍, ସାମ୍ପଲ ରିଲିଜ୍ ରେଜେଣ୍ଟ୍, ଗଳା ସ୍ବାବ୍, ପିସିଆର ଟ୍ୟୁବ୍ ଏବଂ ସାମ୍ପଲ ଷ୍ଟୋରେଜ୍ ରିଜେଣ୍ଟ୍ ରହିଛି । ଏହି ପରୀକ୍ଷଣ କିଟ୍ ଗୁଡିକ ଅନ୍ତର୍ଜାତୀୟ ପ୍ରମାଣୀକରଣ ସଂସ୍ଥା ଯେପରିକି ଇୟୁ, ଇସି ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ସହଯୋଗ କେନ୍ଦ୍ର FIND ରେ ମଧ୍ୟ ତାଲିକାଭୁକ୍ତ ହୋଇଛି ବୋଲି ଏଥିରେ କୁହାଯାଇଛି।