ବେଙ୍ଗାଲୁରୁ: ହିନ୍ଦୁ ମୁସଲିମ୍ ଭାଇଚାରାର ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଲ୍ଲାରୀ ଅଞ୍ଚଳରେ । ଦେଶରେ ବର୍ତ୍ତମାନ ସିଏଏ ଓ ଏନଆରସିକୁ ନେଇ ବିବାଦ ଦେଖାଦେଇଥିବାବେଳେ ବେଲ୍ଲାରୀରେ ଏକ ମସଜିଦକୁ ଉଭୟ ହିନ୍ଦୁ ଓ ମୁସଲିମ ମିଳିତ ଭାବେ ତିଆରି କରିବା ଦେଶରେ ସାମ୍ପ୍ରଦାୟିକ ସଦଭାବର କଥା କହୁଛି ।
ହିନ୍ଦୁ-ମୁସଲିମ ଭାଇ ଭାଇ, ଏକାଠି ହୋଇ ଗଢିଲେ ମସଜିଦ୍ - କର୍ଣ୍ଣାଟକର ବେଲ୍ଲାରୀ
ହିନ୍ଦୁ ମୁସଲିମ୍ ଭାଇଚାରାର ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଲ୍ଲାରୀ ଅଞ୍ଚଳରେ । ଦେଶରେ ବର୍ତ୍ତମାନ ସିଏଏ ଓ ଏନଆରସିକୁ ନେଇ ବିବାଦ ଦେଖାଦେଇଥିବାବେଳେ ବେଲ୍ଲାରୀରେ ଏକ ମସଜିଦକୁ ଉଭୟ ହିନ୍ଦୁ ଓ ମୁସଲିମ ମିଳିତ ଭାବେ ତିଆରି କରିବା ଦେଶରେ ସାମ୍ପ୍ରଦାୟିକ ସଦଭାବର କଥା କହୁଛି ।
ହିନ୍ଦୁ-ମୁସଲିମ ଭାଇ ଭାଇ, ଏକାଠୀ ହୋଇ ଗଢିଲେ ମସଜିଦ୍
ହିନ୍ଦୁ-ମୁସଲିମ ଭାଇ ଭାଇ, ଏକାଠୀ ହୋଇ ଗଢିଲେ ମସଜିଦ୍
ବେଲ୍ଲାରୀର ଟି. ରାମପୁରା ଗାଁ ମଝିରେ ଏକ ପୁରୁଣା ମସଜିଦ ଥିବାବେଳେ ଏହାକୁ ଭାଙ୍ଗି ନୂଆ ଏକ ମସଜିଦ ତିଆରି କରିଛନ୍ତି ସେଠାକାର ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକେ । ଯାହାର ଭୂମିପୂଜା କରିଛନ୍ତି ଏକ ମହନ୍ତ । ସେ ପୁରୁଣା ମସଜିଦର କିଛି ଅଂଶ ଭାଙ୍ଗି ନୂଆ କାର୍ଯ୍ୟ ପାଇଁ ଭୂମି ପୂଜା କରିଛନ୍ତି ।
ଏହି ଅବସରରେ ଅନେକ ହିନ୍ଦୁ ନେତା ଟି ରାମପୁରା ଗ୍ରାମରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି ।