ଓଡିଶା

odisha

ETV Bharat / bharat

ହିନ୍ଦୁ ସେନାର ଚେତାବନୀ: ଫେବୃଆରୀ 2ରେ ଶାହିନବାଗରୁ ହଟିବେ ‘ଜୀହାଦି’ - ଶାହିନବାଗରେ ହଟାଯିବ ‘ଜୀହାଦି’

ଦିଲ୍ଲୀ ଶାହିନବାଗରୁ ପ୍ରଦର୍ଶନକାରୀଙ୍କୁ ହଟାଇବା ନେଇ ରାଜନୀତି ଜୋର ଧରିଛି । ଏହି ମୁଦ୍ଦାକୁ ନେଇ ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଅଧିକ ପଢନ୍ତୁ...

hindu sena
ଫାଇଲ ଫଟୋ

By

Published : Jan 30, 2020, 8:32 AM IST


ହିନ୍ଦୁ ସେନାର ଚେତାବନୀ: ଫେବୃଆରୀ 2ରେ ଶାହିନବାଗରୁ ହଟିବେ ‘ଜୀହାଦି’

ନୂଆଦିଲ୍ଲୀ: ଦିଲ୍ଲୀ ଶାହିନବାଗରୁ ପ୍ରଦର୍ଶନକାରୀଙ୍କୁ ହଟାଇବା ନେଇ ରାଜନୀତିର ଜୋର ଧରିଛି । ଏହି ମୁଦ୍ଦାକୁ ନେଇ ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏ ମଧ୍ୟରେ ହିନ୍ଦୁ ସେନା ଶାହିନବାଗ ଆନ୍ଦୋଳନକୁ ଖୋଲା ଚ୍ୟାଲେଞ୍ଜ କରିଛି । ଫେବୃଆରୀ 2 ଦିନ 11ଟା ବେଳେ ଶାହିନବାଗରୁ ପ୍ରଦର୍ଶନକାରୀଙ୍କୁ ଖାଲି କରିବେ । ଅନ୍ୟପକ୍ଷେ ସେ ପ୍ରଦର୍ଶନକାରୀଙ୍କୁ ‘ଜୀହାଦି’ ବୋଲି କହିଛନ୍ତି ।

ହିନ୍ଦୁସେନା ପ୍ରେସ ରିଲିଜ

ହିନ୍ଦୁ ସେନା ଏକ ପ୍ରେସ ରିଲିଜ ଜାରି କରି କହିଛି,‘ ସିଏଏ ବାହାନାରେ ଶାହିନବାଗରେ ରାସ୍ତା ଅବରୋଧ କରି ଲକ୍ଷ ଲକ୍ଷ ଲୋକଙ୍କୁ ହଇରାଣ କରାଯାଉଛି । ଶାହିନବାଗ ଦେଶବିରୋଧୀ ସ୍ଥଳୀ ପାଲଟିଗଲାଣି । ଏହି ଆନ୍ଦୋଳନ ପିଏଫଆଇ ଅଫିସ ତଳେ ଚାଲିଛି । ଆଉ ପିଏଫଆଇ ଏକ ଆତଙ୍କବାଦୀ ସଙ୍ଗଠନର ଏକ ରୂପ ’ ।


ସେଥିରେ ଏହା ମଧ୍ୟ ଉଲ୍ଲେଖ ଥିଲା ଯେ ଶାହିନବାଗରେ ସାମିଲ ହେଉଥିବା ଲୋକ ପାକିସ୍ତାନ ଭାଷା କହୁଛନ୍ତି । ଭାରତକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ହିନ୍ଦୁଙ୍କ ବିରୋଧରେ କଡା ମନ୍ତବ୍ୟ ଦେଉଛନ୍ତି । ଏହାସହ ହିନ୍ଦୁ ସେନା ସମସ୍ତ ରାଷ୍ଟ୍ରବାଦ ସଙ୍ଗଠନ ଓ ଆଖପାଖରେ ଥିବା ସ୍ଥାନୀୟ ଲୋକଙ୍କୁ ଫେବୃଆରୀ 2ରେ ଏକତୀତ୍ର ହେବାକୁ ଅପିଲ କରିଛନ୍ତି । ଦିନ 11ରେ ଶାହିନବାଗର ରେଡ୍ ଲାଇଟ ସରିତା ବିହାର ପହଞ୍ଚି ଜୀହାଦିଙ୍କୁ ହଟେଇବ ବୋଲି ପ୍ରେସ ରିଲିଜରେ ଉଲ୍ଲେଖ କରିଛି ହିନ୍ଦୁସେନା ।

ABOUT THE AUTHOR

...view details