ଓଡିଶା

odisha

ଓଲିଙ୍କ ବିରୋଧରେ ହିନ୍ଦୁସେନା: ଦୂତାବାସ ବାହାରେ ଲଗାଇଲେ ପୋଷ୍ଟର

By

Published : Jul 18, 2020, 6:35 PM IST

ନେପାଳର ପ୍ରଧାନମନ୍ତ୍ରୀ କେ.ପି ଓଲିଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପକୁ ସାରା ଦେଶରେ ବିରୋଧ କରାଯାଉଛି। ଓଲି ମଧ୍ୟ ପ୍ରଭୁ ରାମଙ୍କୁ ନେପାଳୀ କହିବାକୁ ପଛେଇନଥିଲେ । ଏହାକୁ ନେଇ ଦେଶରେ ଏହି ମାମଲା ବିଦ୍ରୋହର ରୂପ ନେଇଛି ।

ଓଲିଙ୍କ ବିରୋଧରେ ହିନ୍ଦୁସେନା
ଓଲିଙ୍କ ବିରୋଧରେ ହିନ୍ଦୁସେନା

ନୂଆଦିଲ୍ଲୀ: ନେପାଳର ପ୍ରଧାନମନ୍ତ୍ରୀ କେ.ପି ଓଲିଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପକୁ ସାରା ଦେଶରେ ବିରୋଧ କରାଯାଉଛି। ଓଲି ମଧ୍ୟ ପ୍ରଭୁ ରାମଙ୍କୁ ନେପାଳୀ କହିବାକୁ ପଛେଇ ନଥିଲେ । ଏହାକୁ ନେଇ ଦେଶରେ ଏହି ମାମଲା ବିଦ୍ରୋହର ରୂପ ନେଇଛି । ହିନ୍ଦୁ ସେନା ଖୋଲାଖୋଲି ଭାବେ ଓଲିଙ୍କ ବିବୃତ୍ତିକୁ ବିରୋଧ କରିଛି । ନେପାଳ ଦୂତାବାସର ଗେଟ୍ ନମ୍ବର 2 ରେ ଓଲିଙ୍କ ବିରୋଧରେ ପୋଷ୍ଟର ଲଗାଇଛନ୍ତି ହିନ୍ଦୁ ସେନା।

ହିନ୍ଦୁ ସେନା ଦ୍ବାରା ଲଗାଯାଇଥିବା ପୋଷ୍ଟରରେ କେପି ଓଲିଙ୍କ ଫଟୋ ମଧ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ପୋଷ୍ଟରରେ ଲେଖା ଅଛି, ‘ଭାରତ-ନେପାଳୀ ଶତାବ୍ଦୀ ଧରି ଭାଇ ଭାଇ । ଚାଇନିଜ୍ ହସିନାଙ୍କ ପ୍ରେମରେ ଆହତ ଓଲି ହେଲେ ଭାରତର ଶତ୍ରୁ’ ।

ନେପାଳ ପ୍ରଧାନମନ୍ତ୍ରୀ ଭାରତ ଉପରେ ସାଂସ୍କୃତିକ ଅତିକ୍ରମଣର ଅଭିଯୋଗ ଆଣିଥିଲେ । ଓଲି ଦାବି କରିଛନ୍ତି ଯେ ଭଗବାନ ଶ୍ରୀ ରାମଙ୍କ ସହର ଅଯୋଧ୍ୟା ଉତ୍ତରପ୍ରଦେଶ ନୁହେଁ ବରଂ ନେପାଳର ବାଲ୍ମିକୀ ଆଶ୍ରମ ନିକଟରେ। ସେ ଏହା ମଧ୍ୟ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ସୀତା ଯେଉଁ ଭଗବାନ ଶ୍ରୀରାମଙ୍କୁ ବିବାହ କରିଥିଲେ, ସେ ଭାରତୀୟ ବୋଲି ଆମେ ଦ୍ବନ୍ଦ୍ବରେ ଅଛୁ ।

କେପି ଓଲିଙ୍କ ଏହି ବିବୃତ୍ତି ପରେ ଭାରତର ଅନେକ ହିନ୍ଦୁ ସଂଗଠନ ଏହାକୁ ବିରୋଧ କରିଥିଲେ। ବିଶ୍ବ ହିନ୍ଦୁ ପରିଷଦ ମଧ୍ୟ ଓଲିଙ୍କ ବିବୃତ୍ତିକୁ ବିରୋଧ କରିଥିଲା। ଭିଏଚପି ଆଲୋକ କୁମାର କହିଥିଲେ ଯେ, ଶ୍ରୀରାମ ଜନ୍ମଭୂମିଙ୍କ ସମ୍ବନ୍ଧରେ ଶାସ୍ତ୍ର, ପରମ୍ପରା, ଜନମତ ତଥା ଇତିହାସରେ ସର୍ବସମ୍ମତ ବର୍ଣ୍ଣନା କରାଯାଇଛି ଯେ ବର୍ତ୍ତମାନର ଅଯୋଧ୍ୟା ଭଗବାନ ଶ୍ରୀ ରାମଙ୍କ ଜନ୍ମସ୍ଥାନ । ଏ ବାବଦରେ ଅନ୍ୟ କୌଣସି ମତ ନାହିଁ। ପ୍ରତିବର୍ଷ ଶ୍ରୀ ରାମଙ୍କ ଶୋଭାଯାତ୍ରା ଅଯୋଧ୍ୟା ଠାରୁ ନେପାଳର ଜନକପୁରୀ ଯାଏ । ଏ ବାବଦରେ ଦ୍ବନ୍ଦ୍ବ ବିସ୍ତାର କରିବା ସମ୍ଭବ ନୁହେଁ।

ABOUT THE AUTHOR

...view details