ନୂଆଦିଲ୍ଲୀ: ଜେଏନୟୁରେ ଗତକାଲି(ରବିବାର) ହୋଇଥିବା ମାରପିଟ୍ ପାଇଁ ନିଜକୁ ଦାୟୀ କରିଛି ହିନ୍ଦୁ ରକ୍ଷା ଦଳ । ଜେଏନୟୁରେ ଛାତ୍ରଙ୍କୁ ମାଡ ମାରିଥିବା ଲୋକ ତାଙ୍କ କାର୍ଯ୍ୟକର୍ତ୍ତା ବୋଲି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପିଙ୍କି ଚୌଧୁରୀ ଓରଫ ଭୁପେନ୍ଦ୍ର କହିଛନ୍ତି ।
ଜେଏନୟୁ ଘଟଣା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ
ଜେଏନୟୁରେ ଗତକାଲି(ରବିବାର) ହୋଇଥିବା ମାରପିଟ୍ ପାଇଁ ନିଜକୁ ଦାୟୀ କରିଛି ହିନ୍ଦୁ ରକ୍ଷା ଦଳ । ଜେଏନୟୁରେ ଛାତ୍ରଙ୍କୁ ମାଡ ମାରିଥିବା ଲୋକ ତାଙ୍କ କାର୍ଯ୍ୟକର୍ତ୍ତା ବୋଲି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୁପେନ୍ଦ୍ର ଓରଫ ପିଙ୍କି ଚୌଧୁରୀ କହିଛନ୍ତି । ଅଧିକ ଖବର ପଢନ୍ତୁ...
"ଆମ ଦେଶର ଖାଉଛନ୍ତି ଓ ଅନ୍ୟ ପାଇଁ ଗାଉଛନ୍ତି, ତେଣୁ ଏପରି ଛାତ୍ରଙ୍କ ପାଇଁ ଏହିଭଳି କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ମଧ୍ୟ ସେ କହିଛନ୍ତି "। ସେପଟେ ଜେଏନୟୁ ଘଟଣାରେ ଦିଲ୍ଲୀ ପୋଲିସ ଯାଞ୍ଚ ଜାରି ରଖିଛି । କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟ ଆଧାରରେ ପୋଲିସ ଆକ୍ରମଣକାରୀଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟରେ ଥିବାବେଳେ ହିନ୍ଦୁ ରକ୍ଷା ଦଳର ଏପରି ବକ୍ତବ୍ୟ ସାମ୍ନାକୁ ଆସିଛି ।
ତେବେ ଜେଏନୟୁରେ ପାଠପଢୁଥିବା କେତେକ ଛାତ୍ର ଦେଶ ବିରୋଧୀ କାର୍ଯ୍ୟକଳାପ କରୁଛନ୍ତି । ବିଗତ କିଛି ଦିନ ହେବ ସେମାନେ ଏପରି କାର୍ଯ୍ୟ ଅଧିକ କରୁଥିବା ଦେଖିବାକୁ ମିଳିଲା । ଫଳରେ ହିନ୍ଦୁ ରକ୍ଷା ଦଳ ଏପରି କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଲା ବୋଲି ସେ କହିବା ସହ ଆଗକୁ ଏପରି ହେଲେ ଏମିତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।