ଓଡିଶା

odisha

ETV Bharat / bharat

କୋରୋନାରୁ ବଞ୍ଚିବା ପାଇଁ ଗୋମୂତ୍ର ପାର୍ଟି

ହିନ୍ଦୁ ମହାସଭା କୋରୋନାଠାରୁ ରକ୍ଷା କରିବା ପାଇଁ ଏକ ଚା’ପାର୍ଟି ଜରିଆରେ ଗୋମୂତ୍ର ପାର୍ଟିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ ...

gaumutra party coronavirus
କୋରୋନାରୁ ବଞ୍ଚିବା ପାଇଁ ଗୋମୁତ୍ର ପାର୍ଟି

By

Published : Mar 4, 2020, 9:54 AM IST

ନୂଆଦିଲ୍ଲୀ: କୋରୋନା ଭାଇରସକୁ ନେଇ ସାରା ବିଶ୍ବ ଆତଙ୍କିତ ଥିବାବେଳେ ଏହି ଭାଇରସକୁ ନେଇ ଲୋକୋମାନେ ଅଜବ ବିବୃତ୍ତି ଦେବା ଆରମ୍ଭ କରିସାରିଲେଣି | ଏହା ମଧ୍ୟରେ ହିନ୍ଦୁ ମହାସଭା କୋରୋନାଠାରୁ ରକ୍ଷା କରିବା ପାଇଁ ଏକ ଚା’ପାର୍ଟି ଜରିଆରେ ଗୋମୂତ୍ର ପାର୍ଟିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହି ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି ନିଜର ଔପଚାରିକ ମତରେ କହିଛନ୍ତି, ‘କୋରୋନାରୁ ରକ୍ଷା ପାଇବା ପାଇଁ ହିନ୍ଦୁ ମହାସଭା ଖୁବଶୀଘ୍ର ଏକ ଚା’ ପାର୍ଟି ଜରିଆରେ ଗୋମୂତ୍ର ପାର୍ଟିର ଆୟୋଜନ କରିବାକୁ ଯାଉଛି । ଯେଉଁଥିରେ ଆପଣଙ୍କୁ ସ୍ବାଗତ କରାଯାଉଛି । କେବଳ ଏତିକି ନୁହେଁ ହିନ୍ଦୁ ମହାସଭା କୋରୋନାରୁ ରକ୍ଷା ପାଇବା ପାଇଁ ଏକ ଯଜ୍ଞର ଆୟୋଜନ କରିଛନ୍ତି ।

ପ୍ରକାଶ ଥାଉକି, ଦିଲ୍ଲୀର ଜଣେ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିଥିବା ବେଳେ ଆଗ୍ରାର 6 ଜଣ କୋରୋନା ଭାଇରସରେ ସଂକ୍ରମିତ ଥିବା ନେଇ ଦିଲ୍ଲୀର ସଫଦରଜଙ୍ଗ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ABOUT THE AUTHOR

...view details