ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ଚାଲିଥିଲା ଅନ୍ତିମ ପର୍ଯ୍ୟାୟ ମତଦାନ । ଆଉ ଅନ୍ୟପଟେ ଚାଲିଥିଲା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ଜୟନ୍ତୀ ଉତ୍ସବ । ଗୋଡସେଙ୍କ ଜନ୍ମ ଦିବସକୁ ଖୁବ ଧୁମ୍ଧାମ୍ର ସହ ପାଳନ କରିଛନ୍ତି ହିନ୍ଦୁ ମହାସଭା । ମଧ୍ୟ ପ୍ରଦେଶ ଗ୍ବାଲିୟରର ଦୌଲତଗଞ୍ଜ ସ୍ଥିତ ହିନ୍ଦୁ ମହାସଭା କାର୍ଯ୍ୟାଳୟରେ ଗଡସେଙ୍କ ଫଟୋରେ ମାଳା ଚଢାଇବା ସହ ଆରତୀ କରାଯାଇଥିଲା ଏବଂ ଉପସ୍ଥିତ ଲୋକଙ୍କ ମଧ୍ୟରେ ମିଠା ବଣ୍ଟା ଯାଇ ଏହି ଦିବସକୁ ପାଳନ କରାଯାଇଥିଲା ।
ଶେଷ ପର୍ଯ୍ୟାୟ ମତଦାନ ସମୟରେ ଚାଲିଥିଲା ଗଡସେଙ୍କ ଜୟନ୍ତୀ - last-phase
ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ଜୟନ୍ତୀ ଉତ୍ସବ ପାଳନ । ଗଡସେଙ୍କ ଜନ୍ମ ଦିବସକୁ ଖୁବ ଧୁମ୍ଧାମ୍ର ସହ ପାଳନ କରିଛନ୍ତି ହିନ୍ଦୁ ମହାସଭା ।
ତେବେ କିଛି ଦିନ ପୂର୍ବରୁ ଏଠାରେ ଗଡସେଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଥିଲା । କିନ୍ତୁ ପରେ ପ୍ରଶାସନ ପକ୍ଷରୁ ଏହାକୁ ହଟାଇ ଦିଆଯାଇଥିଲା । ତେବେ ଚଳିତ ବର୍ଷର ଶେଷ ସୁଦ୍ଧା ଗୋଡସେଙ୍କ ପ୍ରତିମୂର୍ତ୍ତି ନ ଫେରାଇଲେ ଏହାକୁ ପୂର୍ନସ୍ଥାପନା କରିବୁ ବୋଲି ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ପଦାଧିକାରୀ ଜୟବୀର ଭରଦ୍ବାଜ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ନାଥୁରାମ ଗଡସେଙ୍କ ସ୍ବାଧୀନ ଭାରତର ପ୍ରଥମ ଆତଙ୍କବାଦୀ ବୋଲି କିଛି ଦିନ ପୂର୍ବରୁ ଅଭିନେତା କମଲ ହାସନ କହିଥିଲେ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଆଉ ଏହି ବିବାଦ ମଧ୍ୟରେ ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ଗୋଡସେଙ୍କୁ ଦେଶଭକ୍ତ କହି ଏହି ବିବାଦକୁ ଆହୁରି ବଢାଇଥିଲେ ।