ଓଡିଶା

odisha

ETV Bharat / bharat

ଦେଶରେ ଭାଷା ଯୁଦ୍ଧ, ତାମିଲିଙ୍କ ରକ୍ତରେ ହିନ୍ଦୀର ସ୍ଥାନ ନଥିବା କହିଲେ ଷ୍ଟାଲିନ

ଦକ୍ଷିଣ ଭାରତରେ ହିନ୍ଦୀ ଭାଷାକୁ ବିରୋଧ । ତାମିଲିଙ୍କ ରକ୍ତରେ ହିନ୍ଦୀର ସ୍ଥାନ ନାହିଁ ବୋଲି ଡିଏମକେ ଅଧ୍ୟକ୍ଷ ଏମ.କେ. ଷ୍ଟାଲିନ କହିଛନ୍ତି । ଡିଏମକେ ଏହାକୁ ରୋକିବା ପାଇଁ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ଷ୍ଟାଲିନ ଟ୍ବିଟ୍‌ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ।

By

Published : Jun 2, 2019, 1:54 AM IST

ଫାଇଲ ଫଟୋ

ଚେନ୍ନାଇ: ଦେଶର ରାଷ୍ଟ୍ରଭାଷା ହିନ୍ଦୀ ଦକ୍ଷିଣ ଭାରତରେ ବିରୋଧର ସମ୍ନା କରୁଥିବା ଦେଖିବାକୁ ମିଳିଛି । ଭାଷା ବିବାଦ ଉପରେ ଡିଏମକେ ଅଧ୍ୟକ୍ଷ ଏମ.କେ. ଷ୍ଟାଲିନ ପ୍ରତିକ୍ରିୟା ଦେବା ସହ ତାମିଲିଙ୍କ ରକ୍ତରେ ହିନ୍ଦୀର ସ୍ଥାନ ନାହିଁ ବୋଲି କହିଛନ୍ତି ।

ତାମିଲଙ୍କ ରକ୍ତରେ ହିନ୍ଦୀର ସ୍ଥାନ ନଥିବା ବେଳେ ଯଦି ରାଜ୍ୟର ଲୋକଙ୍କ ଉପରେ ହିନ୍ଦୀ ଭାଷାକୁ ଲଦିଦେବାକୁ ପ୍ରୟାସ କରାଯାଏ ତେବେ ଡିଏମକେ ଏହାକୁ ରୋକିବା ପାଇଁ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ଷ୍ଟାଲିନ ଟ୍ବିଟ୍‌ କରି ପ୍ରତିକ୍ରିୟା ଦେଇଛନ୍ତି । ଏଥି ସହିତ ନବ ନିର୍ବାଚିତ ଡିଏମକେ ସାଂସଦ ଏହାକୁ ନେଇ ଲୋକସଭାରେ ସ୍ୱର ଉଠାଇବେ ବୋଲି ଷ୍ଟାଲିନ କହିଛନ୍ତି ।

ତାମିଲନାଡୁରେ ହିନ୍ଦୀ ଭାଷା ଲାଗୁ କରିବାର ପ୍ରୟାସ କରି କେନ୍ଦ୍ର ସରକାର ନିଆଁ ସହ ଖେଳିବକୁ ଚେଷ୍ଟା କରୁଛନ୍ତି ବୋଲି ଡିଏମକେ ସାଂସଦ ଟି ଶିବା ମୋଦିଙ୍କୁ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ତାମିଲନାଡୁରେ ହିନ୍ଦୀ ପଢାଯିବା ନେଇ କେନ୍ଦ୍ରର କୌଣସି ବି ପ୍ରୟାସକୁ ବିରୋଧ କରାଯିବ ବୋଲି କମଲହାସନଙ୍କ ପାର୍ଟି କହିଛି ।

ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି 'ଭାରତ ଯୋଡ଼ୋ' ନାମକ ଏକ ନୁଆ ନାରା ଦେଇଥିଲେ । ମୋଦିଙ୍କ ଏହି ନାରା ପଛରେ ଏକମାତ୍ର ଉଦ୍ଦେଶ୍ୟ ଦେଶରେ ଜାତି, ଧର୍ମ ଏବଂ ଭାଷା ନାଁରେ ପ୍ରସାରିତ ହୋଇଥିବା ହିଂସା ଉପରେ ରୋକ୍ ଲଗାଇବା । ଏହାର ପ୍ରଭାବ ଦେଶବାସୀଙ୍କ ଉପରେ ପଡିବା ସହ ଦେଶରେ ଦେଖାଦେଇଥିବା ବିଭିନ୍ନ ହିଂସାତ୍ମକ ପରିସ୍ଥିତିରେ ସୁଧାର ଆସିବ ବୋଲି ମୋଦିଙ୍କ ଆଶା ରହିଛି । କିନ୍ତୁ ଦକ୍ଷିଣ ଭାରତରେ ଭାଷାକୁ ନେଇ ଲାଗି ରହିଥିବା ବିବାଦ ପରିସ୍ଥିତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ଚିନ୍ତାଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ABOUT THE AUTHOR

...view details