ନୂଆଦିଲ୍ଲୀ: ଜାତୀୟ ଭାଷାର ପ୍ରଚାରରେ ସହଯୋଗ କରିବା ପାଇଁ ସୋମବାର ଦେଶବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।
‘ହିନ୍ଦୀ ଦିବସ’ ଅବସରରେ ପ୍ରକାଶିତ ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, କେବଳ ହିନ୍ଦୀ ଭାଷା କାରଣରୁ ଭାରତୀୟ ସଭ୍ୟତା, ସଂସ୍କୃତି ଏବଂ ମୂଲ୍ୟବୋଧର ଜୀବନ୍ତ ରହିଛି ।
ଏଥିସହ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସମ୍ବଳ ସମୃଦ୍ଧ ଦେଶ ହୋଇପାରିଛି । ଯେଉଁଥିରେ ହିନ୍ଦୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆନ୍ତର୍ଜାତୀୟ ସ୍ତରରେ ମୋଦିଙ୍କ ଦ୍ୱାରା ହିନ୍ଦୀରେ ଦିଆଯାଇଥିବା ଭାଷଣ ବିଶ୍ବସ୍ତରରେ ଜାତୀୟ ଭାଷାର ସ୍ଥିତିକୁ ବଢାଇ ଦେଇଛି । ଯାହା ଏହି ଭାଷାକୁ ସମର୍ଥନ କରୁଥିବା ଲୋକଙ୍କୁ ପ୍ରେରଣା ଦେଇଛି।