ଓଡିଶା

odisha

ETV Bharat / bharat

ସାହରଣପୁରେ ଦୃଶ୍ୟମାନ ହେଲା ସୁନ୍ଦର ହିମାଳୟ, କ୍ୟାମେରା ଲେନ୍ସରେ କଏଦ - pollution level low

ପ୍ରବଳ ବର୍ଷା ପରେ ପାର୍ବତ୍ୟ ସୀମା ଠାରୁ 30 ଡିଗ୍ରୀ ଉତ୍ତର-ପୂର୍ବ ଦିଗରେ ଦୃଶ୍ୟମାନ ହେଉଥିଲା। ମାତ୍ର ଅଧ ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେଲା ହିମାଳୟ । ଅଧିକ ପଢନ୍ତୁ..

Himalayas seen from the terrace of his house
ସାହରଣପୁରେ ଦୃଶ୍ୟମାନ ହେଲା ସୁନ୍ଦର ହିମାଳୟ

By

Published : May 1, 2020, 7:07 AM IST

ଲକ୍ଷ୍ନୌ: କ୍ୟାମେରା ଲେନ୍ସରେ କଏଦ ହୋଇଛି ହିମାଳୟର ସୁନ୍ଦର ଚିତ୍ର । ଦେଖିଲେ ଆପଣଙ୍କ ମନ ଲାଖିଯିବ । ତେବେ ଲକ ଡାଉନ ଯୋଗୁଁ ନିମ୍ନ ପ୍ରଦୂଷଣ ସ୍ତର ରହିଛି । ଏପ୍ରିଲ 26 ତାରିଖରେ ଏହି ଫଟୋ ଉଠାଇଛନ୍ତି ଉତ୍ତରପ୍ରଦେଶ ସାହାରଣପୁରର ଜଣେ ସରକାରୀ କର୍ମଚାରୀ ତଥା ଫଟୋଗ୍ରାଫର ଦୁଶ୍ୟନ୍ତ କୁମାର ।

ସେ କହିଛନ୍ତି ଯେ, ତାଙ୍କ ଘରର ଟେରେସରୁ ଦେଖାଯାଇଥିବା ହିମାଳୟର ଏହି ଫଟୋ ଗୁଡ଼ିକୁ ସେ ନିଜେ କ୍ଲିକ୍ କରିଛନ୍ତି। "ପ୍ରବଳ ବର୍ଷା ପରେ ପାର୍ବତ୍ୟ ସୀମା ଏଠାରୁ 30 ଡିଗ୍ରୀ ଉତ୍ତର-ପୂର୍ବ ଦିଗରେ ଦୃଶ୍ୟମାନ ହେଉଥିଲା। ମାତ୍ର ଅଧ ଘଣ୍ଟା ପର୍ଯ୍ୟନ୍ତ ଏହି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଗଙ୍ଗୋତ୍ରୀ 1 ଓ 2 କିମ୍ବା ବନ୍ଦରପୁଞ୍ଜ ପର୍ବତର କିଛି ଅଂଶ ବୋଲି ମୁଁ ଭାବୁଛି ।

ଏହା ପ୍ରଥମ ଥର ପାଇଁ ଏପରି ସ୍ପଷ୍ଟ ଦୃଶ୍ୟମାନତା ଥିଲା । 26 ଏପ୍ରିଲରେ ପ୍ରଦୂଷଣ ଏବଂ ଧୂଳି ସ୍ତର ବହୁତ କମ୍ ଥିଲା । ସେଦିନ ହିମାଳୟର ଗାଙ୍ଗୋତ୍ରୀ ଏବଂ ତ୍ରିଶୂଲ ପରିସର ଦୃଶ୍ୟମାନ ହେଉଥିଲା । ଏହି ପରିସରର ଆକାଶ ଦୂରତା ଏଠାରୁ ପ୍ରାୟ 200 କିଲୋମିଟର ରହିଥିବା କହିଛନ୍ତି ସାହରଣପୁରର ଜଙ୍ଗଲ ସଂରକ୍ଷଣ ଅଧିକାରୀ ।

@ANI

ABOUT THE AUTHOR

...view details