ସିମଲା: ଚାରିଆଡେ ଏବେ ଖରାର ପ୍ରକୋପ ଜାରି ରହିଛି । ଯେତିକି ଦିନ ପରେ ଦିନ ବିତୁଛି ସେଚିକି ଖରାର ତାତିରେ ବୃଦ୍ଧି ପାଉଛି । ଢୁଢୁ ଖରାରେ ଭାଜି ହେଉଛି ସମଗ୍ର ଦେଶ । ଏହିଭଳି ପରିସ୍ଥିତିରେ ଶନିବାର ହିମାଚଳ ପ୍ରଦେଶରେ ବରଫପାତ ଆରମ୍ଭ ହୋଇଛି ।
ହିମାଚଳ ପ୍ରଦେଶରେ ତୁଷାରପାତ ଜାରି, 3 ଦିନ ୟେଲୋ ଓ୍ବାର୍ଣ୍ଣିଂ - ବର୍ଷା ସାଙ୍ଗକୁ ତୁଷାରପାତରେ ବେହାଲ ରାଜ୍ୟବାସୀ
ରାଜଧାନୀ ଶିମଲାରେ ଶୁକ୍ରବାର ବିଳମ୍ବିତ ରାତି ବର୍ଷା ସହ ତୁଷାରପାତ ଆରମ୍ଭ ହୋଇଛି । ଯେଉଁଥିପାଇଁ ତାପମାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ଶନିବାର ମଧ୍ୟ ପାଗ ଖରାପ ହେବ ବୋଲି ପୂର୍ବାନୁମାନ କରିଛି । ଅଧିକ ପଢନ୍ତୁ...

ତେବେ ଶୁକ୍ରବାର ରାତିରୁ ରାଜ୍ୟର କୁଲୁ ମନାଲିର ଉପରି ଭାଗରେ ଏହି ତୁଷାର ପାତ ଆରମ୍ଭ ହୋଇଛି । ଏତେ ମାତ୍ରାରେ ବରଫ ବର୍ଷା ହେଉଛି ଯେ, ଲାଗୁଛି ଯେମିତି ସମଗ୍ର ଅଞ୍ଚଳ ବରଫ ଚାଦରରେ ଘୋଡେଇ ହୋଇଛି । ଉଭୟ ଅଞ୍ଚଳରେ ଥିବା ସମସ୍ତ ଗଛପତ୍ର, ଘର ଓ ଗାଡି ଗୁଡିକ ହିମ ଖଣ୍ଡରେ ଲୁଚିଯାଉଥିବା ପରି ପ୍ରତୀୟମାନ ହେଉଛି । ବରଫପାତ ଯୋଗୁଁ ତାପମାତ୍ରାରେ 5 ଡିଗ୍ରୀ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନଜରରେ ରଖି ପ୍ରଦେଶରେ 3 ଦିନ ପାଇଁ ୟେଲୋ ଓ୍ବାର୍ଣ୍ଣଂ ଜାରି କରାଯାଇଛି ।
କୋରୋନା ପାଇଁ ଦେଶରେ ଲକଡାଉନ ଜାରି ରହିଥିବାବେଳେ, ଏଭଳି ପରିସ୍ଥିତିରେ ନିଜ ଆବଶ୍ୟକୀୟ ସାମଗ୍ରୀ ଆଣିବାକୁ ଯିବା ପାଇଁ ଲୋକେ ନାନା ଅସୁବିଧା ଭୋଗ କରୁଥିବା ଜଣାପଡିଛି ।