ସିମଲା: ହିମାଚଳ ପ୍ରଦେଶରେ ଗୁରୁବାର 2 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ୍ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 35ରେ ପହଞ୍ଚିଛି । ସେଥିମଧ୍ୟରୁ 12 ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ହିମାଚଳ ପ୍ରଦେଶ ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି ।
ହିମାଚଳ ପ୍ରଦେଶରେ 35 ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା - ହିମାଚଳରେ 35 ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
ହିମାଚଳ ପ୍ରଦେଶରେ ଗୁରୁବାର 2 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ 35 ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ହିମାଚଳ ପ୍ରଦେଶରେ 35 ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହିମାଚଳ ପ୍ରଦେଶରେ 35 ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା](https://etvbharatimages.akamaized.net/etvbharat/prod-images/768-512-6822189-766-6822189-1587059939753.jpg)
ହିମାଚଳ ପ୍ରଦେଶରେ 35 ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
ସୂଚନାନୁସାରେ ଆକ୍ରାନ୍ତ 35 ଜଣଙ୍କ ମଧ୍ୟରେ ଶିରମଉର ଜିଲ୍ଲାରୁ 7, ସୋଲାନ ଜିଲ୍ଲାରୁ 7, ଉନାରୁ 6, କଙ୍ଗ୍ରାରୁ 4 ଓ ତାମ୍ବା ଜିଲ୍ଲାରୁ 4 ଜଣ ଚିହ୍ନଟ ହୋଇଛନ୍ତି । ତେବେ ଅନ୍ୟ ଆକ୍ରାନ୍ତ କେଉଁ ଜିଲ୍ଲାରେ ସେ ନେଇ ସୂଚନା ମିଳିପାରି ନାହିଁ ।
@ANI