ଶିମଲା: କୋରୋନା ଆତଙ୍କ ଭିତରେ ହିମାଚଳ ପ୍ରଦେଶକୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ କୌଣସି ପଜିଟିଭ ମାମଲା ସାମନାକୁ ଆସିନାହିଁ । ରବିବାର ଆସିଥିବା 14ଟି ମାମଲା କୋରୋନା ଆକ୍ରାନ୍ତ ଥିଲେ । ଏହା ପରେ 2 ଦିନ ହେବ କୌଣସି ପଜିଟିଭ ବାହାରିନାହିଁ ।
ମଙ୍ଗଳବାର ମୋଟ 98ଟି ସାମ୍ପଲ ପରୀକ୍ଷା ହୋଇଛି । ଏଥିରୁ 51ଟି ନେଗେଟିଭ ରହିଛି । ବାକି 47ଟିର ରିପୋର୍ଟକୁ ଅପେକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 32ଟି ମାମଲା ସକରାତ୍ମକ ରହିିଛି ।