ଓଡିଶା

odisha

ETV Bharat / bharat

ବରଫପାତର ମଜା ନେଲେ ହିମାଚଳ ପ୍ରଦେଶର ରାଜ୍ୟପାଳ - ହିମାଚଳ ପ୍ରଦେଶର ରାଜ୍ୟପାଳ

ବରଫପାତର ମଜା ନେଲେ ହିମାଚଳ ପ୍ରଦେଶର ରାଜ୍ୟପାଳ । କୋଭିଡ କଟକଣା ମାନି ପର୍ଯ୍ୟଟକଙ୍କୁ ମଜା ନେବା ପାଇଁ କହିଲେ ରାଜ୍ୟପାଳ । ଅଧିକ ପଢନ୍ତୁ...

himachal governor bandaru dattatreya enjoy snowfall  in shimla
ବରଫପାତର ମଜା ନେଲେ ହିମାଚଳ ପ୍ରଦେଶର ରାଜ୍ୟପାଳ

By

Published : Dec 29, 2020, 7:23 AM IST

ଶିମଲା :ହିମାଚଳ ପ୍ରଦେଶର ଶିମଲାଜାରି ରହିଛି ତୁଷାରପାତ ।ଚଳିତ ବର୍ଷର ପହିଲି ବରଫପାତକୁ ପର୍ଯ୍ୟଟକଙ୍କ ସହିତ ସ୍ଥାନୀୟ ଲୋକେ ବେଶ ଉପଭୋଗ କରିଛନ୍ତି । ହିମାଚଳ ପ୍ରଦେଶର ରାଜ୍ୟପାଳ ବାନ୍ଦାରୁ ଦତ୍ତତ୍ରୋୟା ମଧ୍ୟ ପୁରା ପରିବାର ସହିତ ବରଫପାତର ମଜା ନେଇଛନ୍ତି । ହିମାଚଳ ପ୍ରଦେଶକୁ ପ୍ରକୃତି ଏକ ବିଶେଷ ସୁନ୍ଦରତା ପ୍ରଦାନ କରିଥିବା ରାଜ୍ୟପାଳ କହିଛନ୍ତି । ତୁଷାରପାତ ଦେଖିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଶିମଲା ଓ ରାଜ୍ୟର ଅନ୍ୟ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରନ୍ତି ।

ତେବେ, ରାଜ୍ୟପାଳ ଦ୍ବିତୀୟ ଥର ପାଇଁ ତୁଷାରପାତର ମଜା ନେଇଛନ୍ତି। ପ୍ରଥମ କରି ତାଙ୍କ ପତ୍ନୀ ବରଫାବୃତ ଅଞ୍ଚଳ ଆସିଛନ୍ତି । ସିମଲାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ କୋଭିଡ କଟକଣା ମାନିବା ପାଇଁ ରାଜ୍ୟପାଳ କହିଛନ୍ତି । ହିମାଚଳ କେବଳ ଏକ କୃଷି ରାଜ୍ୟ ନୁହେଁ ବରଂ ଏହା ସେଓ ଉତ୍ପାଦନରେ ଦେଶରେ ପ୍ରଥମ ଅଟେ ବୋଲି ସେ କହିଛନ୍ତି । ତୁଷାରପାତରୁ ରାଜ୍ୟରେ ଚାଷ ଓ ଉଦ୍ୟାନ ଯୋଗୁଁ ଏଠିକାର ଲୋକେ ବେଶ ଲାଭବାନ ହେଉଥିବା ସେ କହିଛନ୍ତି । ସେଓ ଉପାଦନ ପାଇଁ ଡିସେମ୍ବର ମାସ ପ୍ରକୃଷ୍ଟ ସମୟ ।ଯେତେବେଳେ ଥଣ୍ଡା ସମୟ ସମାପ୍ତ ହୁଏ, ସେଓ ଗଛରେ ଭଲ ଫୁଲ ଆସେ |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details