ସିମଲା: ସାରା ଦେଶ କୋଭିଡ-19କୁ ନେଇ ଲକଡାଉନ ରହିଥିବାବେଳେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ପଶୁମାନେ ମଧ୍ୟ ହଇରାଣ ହେଉଛନ୍ତି । ଲୋକେ କୋରୋନା ଭୟରେ ଘରୁ ବାହାରକୁ ବାହାରୁ ନଥିବାବେଳେ ସବୁ ହୋଟେଲ ଭୋଜନାଳୟ ବନ୍ଦ ରହିଛି । ଯେଉଁଥିପାଇଁ ନୀରିହ ରାସ୍ତା କଡରେ ଥିବା ବୁଲା କୁକୁରମାନେ ଖାଇବାକୁ ହଇରାଣ ହେଉଛନ୍ତି । ଏଭଳି ସ୍ଥିତିରେ ଏହି ନିରୀହ ଜୀବଜନ୍ତୁଙ୍କୁ ଖାଇବାକୁ ଦେବାକୁ ଆଗେଇ ଆସିଛନ୍ତି ହିମାଚଳ ପ୍ରଦେଶର ଭାଇ ଓ ଭଉଣୀ।
ଶିମଲାର ଭାଇଭଉଣୀଙ୍କୁ ବୁଲା କୁକୁରଙ୍କ ଖାଇବା ଚିନ୍ତା - Himachal news
ସେ ହେଉଛନ୍ତି ହିମାଚଳ ପ୍ରଦେଶ ଶିମଲାର ପୂଜା ତାଙ୍କ ଭାଇ । ଦେଶ ଲକଡାଉନ ହେବା ପରଠୁ ଏହି ଭାଇଭଉଣୀ ଦୁଇଜଣ ଆଗକୁ ଆସି ଶିମଲାର ଜୋଡି ମୈଦାନ ଠାରୁ ମାଲ ରୋଡ ଏବଂ ଲକ୍କଡ ବଜାର ଯାଁଏ ଥିବା ବୁଲା କୁକୁରଙ୍କୁ ଗତ 7ଦିନ ଧରି ରୁଟି ଓ ବିସ୍କୁଟ ଖାଇବାକୁ ଦେଉଛନ୍ତି ।
ସେ ହେଉଛନ୍ତି ହିମାଚଳ ପ୍ରଦେଶ ଶିମଲାର ପୂଜା ତାଙ୍କ ଭାଇ । ଦେଶ ଲକଡାଉନ ହେବା ପରଠୁ ଏହି ଭାଇଭଉଣୀ ଦୁଇଜଣ ଆଗକୁ ଆସି ଶିମଲାର ଜୋଡି ମୈଦାନ ଠାରୁ ମାଲ ରୋଡ ଏବଂ ଲକ୍କଡ ବଜାର ଯାଁଏ ଥିବା ବୁଲା କୁକୁରଙ୍କୁ ଗତ 7ଦିନ ଧରି ରୁଟି ଓ ବିସ୍କୁଟ ଖାଇବାକୁ ଦେଉଛନ୍ତି । ଏହାସହ ଅନ୍ୟମାନେ ମଧ୍ୟ ଏହି ବୁଲା କୁକୁରଙ୍କୁ ଖାଇବା ଦେବାକୁ ପୂଜା ସମସ୍ତଙ୍କୁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ, ପ୍ରତିଦିନ ଏହି ବୁଲା କୁକୁରଙ୍କ ପାଇଁ ରୁଟି ତିଆରି ପାଇଁ ସେ ରୁଟିର ଏକ ବ୍ୟାଗ କିଣନ୍ତି । ଯେଉଁଥିରୁ ସେ ପାଖାପାଖି 60 ରୁ 70 ରୁଟି ତିଆରି କରି କୁକୁରଙ୍କୁ ଖାଇବାକୁ ପ୍ରତିଦିନ ଖାଇବାକୁ ଦେଉଛନ୍ତି । ତେବେ ତାଙ୍କର ଏହି କାମରେ ତାଙ୍କ ଭାଇ ମଧ୍ୟ ସହଯୋଗ କରନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ