ଲକ୍ଷ୍ନୌ:ଆଇଆଇଟି ବନାରସ ବିଶ୍ବ ବିଦ୍ୟାଳୟରେ ରବିବାର ଠାରୁ ୩ ଦିନିଆ କ୍ୟାମ୍ପସ ପ୍ଲେସମେଣ୍ଟ ଡ୍ରାଇଭ ଆରମ୍ଭ ହୋଇଛି । ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀ ପ୍ଲେସମେଣ୍ଟ ନେଇ କ୍ୟାମ୍ପସକୁ ଆସିଛି । ଯାହାର ବାର୍ଷିକ ଦରମା 1.53 କୋଟି ପର୍ଯ୍ୟନ୍ତ ରହିଛି । ଏନେଇ ଆଇଆଇଟି-ବିଏଚୟୁର ପ୍ରଫେସର ଟ୍ରେନିଂ ଏବଂ ପ୍ଲେସମେଣ୍ଟ ଇନଚାର୍ଜ ଅନୀଲ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି । ପ୍ରଥମ ଦିନରେ ଏହି କ୍ୟାମ୍ପସ ଡ୍ରାଇଭକୁ ମୋଟ 33ଟି କମ୍ପାନୀ 188ଟି ପଦବୀକୁ ନେଇ ଆସିଛନ୍ତି । ଏହି ପଦବୀ ମଧ୍ୟରୁ 4ଟି ପଦବୀ ଅନ୍ତର୍ଜାତୀୟ କମ୍ପାନୀର ରହିଛି ।
ଆଇଆଇଟି-ବିଏଚୟୁରେ ସର୍ବୋଚ୍ଚ ଦରମା ଚାକିରି ଅଫର - ସର୍ବୋଚ୍ଚ ଦରମା ଚାକିରି ଅଫର
ଆଇଆଇଟି-ବିଏଚୟୁରେ ସର୍ବୋଚ୍ଚ ଦରମା ଚାକିରି ଅଫର । ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀକୁ ଆସିଛି ପ୍ଲେସମେଣ୍ଟ ଅଫର। ଆଗକୁ ଅଧିକ ପଢନ୍ତୁ..

ଡିଜାଇନ ଫଟୋ
ଯାହାର ବାର୍ଷିକ ଦରମା ପ୍ରାୟ 1.53 କୋଟି ରହିଛି ଗତବର୍ଷ ଗୋଲ୍ଡମ୍ୟାନସାଚ,ନ୍ୟୁଟାନିକ୍ସ,ମାଇକ୍ରୋସଫ୍ଟ,ଉବେର,ଗୁଗୁଲ,ଇନଟେଲ,ସିସକୋ,ଓରାକେଲ,ଆମେରିକାନ ଏକ୍ସପ୍ରେସ,ଜାଗୁଆର,ଟାଟା,ରିଲାଏନ୍ସ, ଆମାଜନ, ପଲିସି ବଜାର,ଆଦିତ୍ୟ ବିର୍ଲା ଏବଂ ୱିପ୍ରୋ ଭଳି ପ୍ରତିଷ୍ଠିତ କମ୍ପାନୀ ରହିଛି । ଏମାନଙ୍କୁ ଭିତରୁ ଅଧିକାଂଶ ଚାକିରିର ବାର୍ଷିକ ପ୍ୟାକେଜ 10ଲକ୍ଷରୁ 58 ଲକ୍ଷ 21 ହଜାର ଟଙ୍କା ମଧ୍ୟରେ ରହିଛି । ଏହି କ୍ୟାମ୍ପସ ଡ୍ରାଇଭରେ ବସିବା ପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାୟ 1,426 ଛାତ୍ରଛାତ୍ରୀ ପଞ୍ଜୀକରଣ କରିସାରିଛନ୍ତି ।