ଓଡିଶା

odisha

By

Published : Nov 18, 2019, 9:28 AM IST

ETV Bharat / bharat

ଦିଲ୍ଲୀ ପ୍ରଦୂଷଣକୁ ନେଇ ଉଚ୍ଚସ୍ତରୀୟ ବୈଠକ

ଥମିବାର ନାଁ ନେଉନି ଦିଲ୍ଲୀ ପ୍ରଦୂଷଣ। ସୋମବାର ସକାଳୁ ମଧ୍ୟ ସ୍ଥିତିରେ ଆସିନାହିଁ ସୁଧାର। ହେଲେ 15 ତାରିଖରୁ ବନ୍ଦ ଥିବା ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର(ଏନସିଆର) ଅଞ୍ଚଳରେ ସ୍କୁଲ ଖୋଲିବା ସହ ପ୍ରଦୂଷଣକୁ ନେଇ ଉଚ୍ଚ ସ୍ତରୀୟ ବୈଠକ ଆୟୋଜିତ ହୋଇଛି । ଆଗକୁ ପଢନ୍ତୁ...

ଦିଲ୍ଲୀ ପ୍ରଦୂଷଣ ନେଇ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲୋକଙ୍କୁ ଅଣନିଶ୍ବାସୀ କରିଦେଲାଣି । ଦିନକୁ ଦିନ ଏହାର ମାତ୍ର ବଢିଚାଲିଛି । ଏହାକୁ ନେଇ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇଛି। ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟର ଅଧ୍ୟକ୍ଷ ସିକେ ମିଶ୍ରଙ୍କ ଅଧକ୍ଷତାରେ ହୋଇଛି ବୈଠକ । ଗୃହ ଏବଂ ସହରଞ୍ଚଳ ବିକାଶ, କୃଷି ଏବଂ ଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ଥିବା ଜଣାପଡିଛି।

ଦିଲ୍ଲୀ ପ୍ରଦୂଷଣ ନେଇ ଉଚ୍ଚସ୍ତରୀୟ ବୈଠକ

ପ୍ରଦୂଷଣ ନେଇ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତ ମାସ 15 ଏବଂ 16 ତାରିଖରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର(ଏନସିଆର) ଅଞ୍ଚଳର ସମସ୍ତ ସ୍କୁଲ ବନ୍ଦ ରଖାଯାଇଥିଲା। ସୋମବାର ସମସ୍ତ ସ୍କୁଲ ଖୋଲାଯାଇଛି। ସବୁ ପିଲାଙ୍କୁ ମାସ୍କ ପିନ୍ଧିଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ସୁଧୁରି ନାହିଁ। ସୋମବାର ସକାଳୁ ମଧ୍ୟ ପ୍ରଦୂଷଣ ମାତ୍ରା ଅତି ଖରାପ ରହିଛି। କେନ୍ଦ୍ର ପ୍ରଦୂଷଣ ବୋର୍ଡର ଏକ୍ୟୁଆଇ ତଥ୍ୟ ଅନୁସାରେ ଆଜି ମଧ୍ୟ ଦୁର୍ବଳ ରହିଛି ଏଠିକାର ସ୍ଥିତି । ମଡରେଟ କ୍ୟାଟେଗୋରୀ ଅନୁସାରେ ଆରକେପୁରମ ଅଞ୍ଚଳରେ ପ୍ରଦୂଷଣ ମାତ୍ରା 184 ରହିଛି ।

ABOUT THE AUTHOR

...view details