ନୂଆଦିଲ୍ଲୀ:ସାରା ଦେଶରେ ବର୍ତ୍ତମାନ କୋରୋନା ଭ୍ୟାକ୍ସିନ ଡ୍ରାଇଭ ଚାଲିଛି । ଦେଶରେ କୋରୋନା ଟିକାର ପରିଚାଳନା, ଟିକା ଚୟନ,ଟିକା ବିତରଣ, କ୍ରୟ ଓ ଭଣ୍ଡାର ପରିଚାଳନା ଉପରେ ଜାତୀୟ ଟିକା ବିଶେଷଜ୍ଞ ଗୋଷ୍ଠୀର ଏକ ଉଚ୍ଚସ୍ତରୀୟ ବୈଠକ ହେବା ସହିତ ଏକ ମାର୍ଗଦର୍ଶନ ପ୍ରଦାନ କରାଯାଇଥିବା କହିଛନ୍ତି କେନ୍ଦ୍ର ରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଅଶ୍ବିନୀ କୁମାର ଚୋବେ ।
ପ୍ରଦାନ ହୋଇଥିବା ମାର୍ଗଦର୍ଶନ ଏନଇଜିଭିଏସିର ସଦ୍ୟସ, ନୀତି ଆୟୋଗଙ୍କ ଅଧକ୍ଷତାରେ ଏବଂ ଏମଓଏଚଏଫଡ୍ଲୁ ସଚିବଙ୍କ ଅଧକ୍ଷତାରେ ହୋଇଥିବା କହିଛନ୍ତି ରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଅଶ୍ବିନୀ କୁମାର ଚୋବେ । NEGVCAC ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ,ବ୍ୟୟ ବିଭାଗ,ବାୟୋଟେକ୍ନୋଲୋଜି ବିଭାଗ, ସ୍ବାସ୍ଥ୍ୟ ଅନୁସନ୍ଧାନ ବିଭାଗ, ଫାର୍ମାସ୍ୟୁଟିକାଲ୍ସ ବିଭାଗ, ପାଞ୍ଚଟି ରାଜ୍ୟ ସରକାରଙ୍କ ପ୍ରତିନିଧୀ ତଥା ବୈଶୟିକ ବିଶେଷଜ୍ଞଙ୍କ ସଚିବଙ୍କ ପ୍ରତିନିଧିତ୍ବରେ ଗଠନ ହୋଇଛି। କୋରୋନା ଟିକାର ପ୍ରଥମ ପର୍ଯ୍ୟାୟରେ ସମସ୍ତ ସ୍ବାସ୍ଥ୍ୟକର୍ମୀ,ଆଗଧାଡିର କର୍ମଚାରୀ, 50ବର୍ଷରୁ କମ ଲୋକଙ୍କୁ ଟିକା ପ୍ରଦାନ କରାଯିବ ।