ଓଡିଶା

odisha

ETV Bharat / bharat

AIIMS ନର୍ସଙ୍କ ଆନ୍ଦୋଳନ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ - ଏମ୍ସ ନର୍ସ ସଂଘ ଆନ୍ଦୋଳନ

ଏମ୍ସ ନର୍ସ ସଂଘ ପକ୍ଷରୁ ଡକାଯାଇଥିବା ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନ ଉପରେ ରୋକ ଲଗାଇ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଆନ୍ଦୋଳନରୁ ଓହରି ଶିଘ୍ର କାମରେ ଯୋଗ ଦେବାକୁ ନର୍ସ ସଂଘକୁ ନିର୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ...

AIIMS ନର୍ସଙ୍କ ଆନ୍ଦୋଳନ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ
AIIMS ନର୍ସଙ୍କ ଆନ୍ଦୋଳନ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

By

Published : Dec 15, 2020, 5:50 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ସମୟରେ ନିଜ ଦାବିକୁ ନେଇ ଆନ୍ଦୋଳନରେ ଅଛନ୍ତି ଏମ୍ସର ନର୍ସ । ତେବେ ଏମ୍ସ ନର୍ସ ସଂଘ ପକ୍ଷରୁ ଡକାଯାଇଥିବା ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନ ଉପରେ ରୋକ ଲଗାଇ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଆନ୍ଦୋଳନରୁ ଓହରି ଶିଘ୍ର କାମରେ ଯୋଗ ଦେବାକୁ ନର୍ସ ସଂଘକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏମ୍ସ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ନର୍ସଙ୍କ ଦାବି ଉପରେ ବିଚାର କରାଯାଉଛି । ବର୍ତ୍ତମାନ କୋଭିଡ ମହାମାରୀ ସ୍ଥିତି ରହିଥିବାରୁ ନର୍ସମାନେ ଆନ୍ଦୋଳକୁ ଯିବା ଉଚିତ ନୁହେଁ ବୋଲି କୋର୍ଟରେ ଏମ୍ସ ପକ୍ଷରୁ କୁହାଯାଇଛି । ତେବେ ମାମଲାର ପରବର୍ତ୍ତୀ ଶୁଣାଣି 18 ଜାନୁଆରୀରେ ହେବ ।

ଦରମା ବୃଦ୍ଧି ସମେତ କିଛି ଦାବିକୁ ନେଇ ସୋମବାରରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନରେ ରହିଛନ୍ତି ଦିଲ୍ଲୀ ଏମ୍ସର 5000 ନର୍ସ । ଏମ୍ସ ପ୍ରଶାସନ ତୁରନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାହାରୁ 170 ନର୍ସ ମଗାଇଛନ୍ତି ।

ଷଷ୍ଠ ବେତନ ଆୟୋଗର ପ୍ରସ୍ତାବକୁ ଗ୍ରହଣ କରିବାକୁ ଦାବି କରିଛି ନର୍ସ ସଂଘ । ନର୍ସ ସଂଘର ଏହି ଦାବି ନେଇ ଆନ୍ଦୋଳନକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିଲେ ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ମହାମାରୀର ଏହି ସଂକଟ ସମୟରେ ପ୍ରକୃତ ନର୍ସ ଆନ୍ଦୋଳନ କରିପାରିବେ ନାହିଁ ବୋଲି ସେ କହିଥିଲେ । ଏହାସହ ନର୍ସ ସଂଘ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ନ ଯାଆନ୍ତୁ ବୋଲି ଗୁଲେରିଆ ଅପିଲ ମଧ୍ୟ କରିଥିଲେ ।

ଏମ୍ସ ନିର୍ଦେଶକଙ୍କ କହିବା ଅନୁଯାୟୀ ନର୍ସ ସଂଘର 23ଟି ଦାବିକୁ ସରକାର ଓ ହସ୍ପିଟାଲ ପ୍ରଶାସନ ମାନି ସାରିଛନ୍ତି । ଏଥିରେ ସେମାନଙ୍କ ପ୍ରମୁଖ ଦାବି ଷଷ୍ଠ ବେତନ କମିସନର ସୁପାରିସ ଲାଗୁ କରିବା ସାମିଲ ରହିଛି ।

ABOUT THE AUTHOR

...view details