ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକାଧିକ ଯାଚିକା ଦାଖଲ କରାଯାଇଛି । ଏହି ସମସ୍ତ ଦାବି ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଦୁଇ ଦିନ ମଧ୍ୟରେ ଏହି ମାମଲାର ଯବାବ ଦେବାକୁ କୋର୍ଟ କେନ୍ଦ୍ରକୁ କହିଛନ୍ତି ।
ଏହି ମାମଲାକୁ ନେଇ ଗତ କିଛି ଦିନ ତଳେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ କୋର୍ଟରେ ଆଉ 3ଟି ଚାର୍ଜସିଟ ଦାଖଲ କରିଥିଲେ । ଚାର୍ଜସିଟରେ ଦାବି କରାଯାଇଛି ଯେ, ଏକ ସମ୍ପ୍ରଦାୟର ଲୋକ ଅନ୍ୟ ଏକ ସମ୍ପଦାୟର ଘରେ ଏବଂ ଦୋକନରେ ନିଆଁ ଲଗାଇଦେଇଥିଲେ । ଏହାପରେ ମାମଲା ହିଂସାର ରୂପ ନେଇଥିଲା ।