ଓଡିଶା

odisha

ETV Bharat / bharat

ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀରୁ ବିଦା କରିବା ପରେ ରାଜସ୍ଥାନରେ ହାଇଆଲର୍ଟ

କ୍ଷମତା ଲଢେଇ ପାଇଁ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ହଟାଇବା ପରେ ରାଜ୍ୟରେ ହାଇଆଲର୍ଟ ଜାରି । ଏହି ପରିପ୍ରେକ୍ଷୀରେ ସଚିନ ପାଇଲଟଙ୍କ ନିର୍ବାଚନୀ କ୍ଷେତ୍ର ଦୌସା ଜିଲ୍ଲାରେ ବ୍ୟାପକ ପୋଲିସ ମୁତୟନ ।

ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀରୁ ବିଦା କରିବା ପରେ ରାଜସ୍ଥାନରେ ହାଇଆଲର୍ଟ
ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀରୁ ବିଦା କରିବା ପରେ ରାଜସ୍ଥାନରେ ହାଇଆଲର୍ଟ

By

Published : Jul 15, 2020, 12:05 PM IST

ଜୟପୁର: କ୍ଷମତା ଲଢେଇ ପାଇଁ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ହଟାଇବା ପରେ ରାଜ୍ୟରେ ହାଇଆଲର୍ଟ ଜାରି । ଏହି ପରିପ୍ରେକ୍ଷୀରେ ସଚିନ ପାଇଲଟଙ୍କ ନିର୍ବାଚନୀ କ୍ଷେତ୍ର ଦୌସା ଜିଲ୍ଲାରେ ବ୍ୟାପକ ପୋଲିସ ମୁତୟନ ।

ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ପୋଲିସ ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଏପରି କରାଯାଇଥିବା ସୂଚନା । ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ବାହାର କରିବା ପରେ କାଳେ ତାଙ୍କ ସମର୍ଥକମାନେ ଆଇନକୁ ହାତକୁ ନେବେ ସେନେଇ ଜିଲ୍ଲା ତମାମ ପୋଲିସ ଛାଉଣି କରାଯାଇଛି ।

ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କା ନେଇ ଏପରି କରାଯାଇଛି । ସୂଚନାଥାଉକି, ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଚାଲିଥିବା ବଳ କଷାକଷିରେ ଗେହଲଟଙ୍କ ପଲା ଭାରି ରହିଛି ଓ ପାଇଲଟଙ୍କୁ ଉଭୟ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ବିଦା କରାଯାଇଛି । ପାଇଲଟଙ୍କ ସମେତ ଅନ୍ୟ ଦୁଇମନ୍ତ୍ରୀ ରମେଶ ମୀନା ଓ ବିଶ୍ବେନ୍ଦ୍ର ସିଂହଙ୍କୁ ମଧ୍ୟ ଦଳ ମନ୍ତ୍ରୀପଦରୁ ହଟାଯାଇଛି ।

ସେପଟେ ଏପରି ସ୍ଥିତିରେ ବିଧାନସଭା ବାଚସ୍ପତି ସିପି ଯୋଶୀ, ସଚିନ ପାଇଲଟଙ୍କ ସମେତ ତାଙ୍କ ସମର୍ଥକ ବିଧାୟକଙ୍କ ପାଖକୁ ନୋଟିସ ପଠାଇଛନ୍ତି । ବିଧାନସଭା ପକ୍ଷରୁ ଜାରି କରାଯାଇଥିବା ଏହି ନୋଟିସରେ 17 ଜୁଲାଇ ଦିନ 1ଟା ସୁଦ୍ଧା ବିଧାନସଭା ଭବନରେ ଜବାବ ଦେବାକୁ କୁହାଯାଇଛି । ନୋଟିସକୁ ବିଧାୟକଙ୍କ ଘର ବାହାରେ ଲଗାଯାଇଛି । କଂଗ୍ରେସ ପକ୍ଷରୁ ଏମାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାକୁ ଦିଆଯାଇଥିବା ଯାଚିକା ଉପରେ ଜବାବ ଦେବାକୁ ନୋଟିସରେ ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details