ଓଡିଶା

odisha

By

Published : Oct 16, 2020, 10:49 PM IST

Updated : Oct 17, 2020, 10:42 AM IST

ETV Bharat / bharat

'ଚାପ ସତ୍ତ୍ବେ ସମୟର ସଦୁପଯୋଗ ଥିଲା ଲକ୍ଷ୍ୟ'

NEET ରେ ନିଜର ଐତିହାସିକ ସଫଳତାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଟପ୍ପର ସୋଏବ ଅଫତାବ । ଅନେକ ଚାପ ସତ୍ତ୍ବେ ସେ ଏହି ସଫଳତା ହାସଲ କରିଥିବା କହିଛନ୍ତି । ଅଧିକ ପଢନ୍ତୁ...

'ଚାପ ସତ୍ତ୍ବେ ସମୟର ସଦୁପଯୋଗ ଥିଲା ଲକ୍ଷ୍ୟ'
'ଚାପ ସତ୍ତ୍ବେ ସମୟର ସଦୁପଯୋଗ ଥିଲା ଲକ୍ଷ୍ୟ'

ଜୟପୁର: ସର୍ବଭାରତୀୟ ମେଡିକାଲ ପରୀକ୍ଷା (NEET)ରେ ନିଜର ଐତିହାସିକ ସଫଳତାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଟପ୍ପର ସୋଏବ ଅଫତାବ । ଅନେକ ଚାପ ସତ୍ତ୍ବେ ସେ ଏହି ସଫଳତା ହାସଲ କରିଥିବା କହିଛନ୍ତି ।

ଅଫତାବ କହିଛନ୍ତି ଯେ ମୋ ପରିବାରରେ କେହି ଜଣେ ବି ଡାକ୍ତର ନାହାନ୍ତି । ଏଣୁ ମୁଁ ଏହି ସଫଳତା ହାସଲ କରିବି ବୋଲି ଆଶା ରଖିନଥିଲି । ତେବେ ଟପ 100 କିମ୍ବା 50 ଭିତରେ ରହିବି ବୋଲି ଭାବୁଥିବା ବେଳେ ଶତ ପ୍ରତିଶତ ନମ୍ବର ହାସଲ କରିବି ବୋଲି କେବେ ଆଶା ନଥିବା କହିଛନ୍ତି ସୋଏବ ।

ସୋଏବ ଆହୁରି ମଧ୍ୟ କହିଛନ୍ତି, ପରୀକ୍ଷା ମଝିରେ ସ୍ତଗିତ ହୋଇଯାଇଥିଲା । ଏଣୁ ଅନେକ ଚାପରେ ଥିଲି । ହେଲେ ଗୋଟିଏ ଲକ୍ଷ ରହିଥିଲା ଶାନ୍ତ ଓ ସମୟର ସଦୁପଯୋଗ ।

'ଚାପ ସତ୍ତ୍ବେ ସମୟର ସଦୁପଯୋଗ ଥିଲା ଲକ୍ଷ୍ୟ'

ଚଳିତ ଥର ନିଟ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଓଡିଆ ପୁଅ ସୋଏବ ଅଫତାବ । ସେ ଶତ ପ୍ରତିଶତ ମାର୍କ ରଖି ଇତିହାସ ରଚିଛନ୍ତି ।

ସୋଏବ ନିଟ ପରୀକ୍ଷାରେ ସର୍ବୋମୋଟ 720 ରୁ 720 ନମ୍ବର ରଖି ସମସ୍ତ ରେକର୍ଡକୁ ଭାଙ୍ଗିଛନ୍ତି । ଶତପ୍ରତିଶତ ନମ୍ବର ରଖିବାରେ ଦେଶରେ ପ୍ରଥମ ଛାତ୍ର ହୋଇଛନ୍ତି ସୋଏବ । ଏହାସହ ଓଡିଶାରୁ ପ୍ରଥମ ଟପ୍ପର ହୋଇ ସେ ଇତିହାସ ରଚିଛନ୍ତି ।

ରାଉରକେଲାର ଆଜାଦ ବସ୍ତିରେ ସୋଏବ ଅଫତାବଙ୍କ ଘର । ସେ ରାଜସ୍ଥାନର କୋଟାରେ ରହି ମେଡିକାଲ କୋଚିଂ ନେଉଥିଲେ । କିଛି ଦିନ ତଳେ ଲୋକସଭାର ବାଚସ୍ପତି ସୋଏବଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ନିଟ ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ହାସଲ କରିଥିବା ସୋଏବଙ୍କ ପରିବାର ନିଜ ପୁଅର ସଫଳତାକୁ ନେଇ ବେଶ ଗର୍ବ ଅନୁଭବ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 17, 2020, 10:42 AM IST

ABOUT THE AUTHOR

...view details