ଓଡିଶା

odisha

ETV Bharat / bharat

କେଉଁଠି ରହିଛି 208 ବର୍ଷ ପୁରୁଣା ବୃକ୍ଷର ସମାଧି, ପଢନ୍ତୁ...

208 ବର୍ଷ ପୁରୁଣା ବୃକ୍ଷର ସମାଧି । ପ୍ରତିଦିନ ଏହି ସମାଧି ଦେଖିବାକୁ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ ।

By

Published : Jun 6, 2019, 2:53 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଡେରାଡୁନ: ମଣିଷ ମାନଙ୍କର ସମାଧି ଥିବା ଦେଖିଥିବେ । କାରଣ ନିଜ ଆତ୍ମୀୟ ସ୍ବଜନଙ୍କର ବିୟୋଗ ଘଟିଲେ ତାଙ୍କ ସ୍ମୃତିକୁ ତାଜା କରିବାପାଇଁ ସମାଧି ନିର୍ମାଣ ହୋଇଥାଏ । ହେଲେ ବୃକ୍ଷ ମାନଙ୍କର ସମାଧି ଥିବା କେବେ ଦେଖିଛନ୍ତି କି ? ଆଜ୍ଞା ହଁ ଏମିତି ଏକ ସମାଧି ନିର୍ମାଣ ହୋଇଛି ଉତ୍ତରାଖଣ୍ଡ ସ୍ଥିତ ଜୈନସାର ବାବରର ପୁରୋଲା-ତ୍ୟୁନି ମୋଟର ମାର୍ଗରେ । ଲୋକମାନଙ୍କର ଆକର୍ଷଣର କେନ୍ଦ୍ର କରିବା ପାଇଁ 208 ବର୍ଷ ପୁରୁଣା ମହାବୃକ୍ଷକୁ ସମାଧି ଭାବେ ନିର୍ମାଣ କରାଯାଇଛି ।

1997 ମସିହାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଏହି ଗଛକୁ ମହାବୃକ୍ଷ ଭାବେ ଘୋଷଣା କରାଯାଇଥିଲା । ଏକ ବାତ୍ୟାରେ ଏହି ଗଛ ଉପୁଡୁପଡିଥିବାବେଳେ 60.65 ମିଟିର ଉଚ୍ଚତା ବିଶିଷ୍ଟ ଏହି ମହାବୃକ୍ଷର ସମାଧିକୁ ଦେଖିବା ପାଇଁ ପ୍ରତିଦିନ ଅନେକ ପର୍ଯ୍ୟଟକ ଆସୁଥାନ୍ତି । ଏହି ସମାଧିରେ ବୃକ୍ଷର ଅବଶେଷ ରଖା ହୋଇଛି । ବନ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରତିବର୍ଷ ଜୁଲାଇ 7 ତାରିଖରେ ଆୟୋଜିତ ବନ ମହୋତ୍ସବରେ ଏହି ଅଞ୍ଚଳରେ ବୃକ୍ଷ ଲଗାଯାଇଥାଏ ।

ଏଠାରେ ସରଂକ୍ଷିତ ଥିବା କାଠଗଣ୍ଡିକୁ ସବୁଦିନ ପାଇଁ ସତେଜ ରଖିବା ପାଇଁ ପ୍ରତିବର୍ଷ କଲର ଦେବା ସହ ବିଭିନ୍ନ କେମିକାଲ ଔଷଧ ସ୍ପ୍ରେ କରାଯାଇଥାଏ ।

For All Latest Updates

ABOUT THE AUTHOR

...view details