ଓଡିଶା

odisha

ETV Bharat / bharat

ରାଜସ୍ଥାନର ମୂଷା ମନ୍ଦିର: ଜାଣନ୍ତୁ କିଛି ଅଜଣା କଥା... - କର୍ଣ୍ଣୀ ମାତା ମନ୍ଦିର

ସାଧାରଣତଃ ମୂଷା ଦେଖିଲେ ଲୋକେ ଭୟ କରୁଥିବା ବେଳେ ରାଜସ୍ଥାସନର ବିକାନେରରେ ରହିଛି ଏକ ଏପରି ମନ୍ଦିର ଯେଉଁଠାରେ ଏହି ମୂଷାଙ୍କର ରହିଛି ପବିତ୍ର ମାନ୍ୟତା । ଏ ହେଉଛି ବିକାନେରର ଉନବିଂଶ ଶତାବ୍ଦୀରେ ପ୍ରତିଷ୍ଠିତ ପ୍ରସିଦ୍ଧ କର୍ଣ୍ଣୀମାତା ମନ୍ଦିର ବା ପର୍ଯ୍ୟଟକଙ୍କ ପାଖରେ ପ୍ରସିଦ୍ଧ ମୂଷା ମନ୍ଦିର । ଅଧିକ ପଢନ୍ତୁ...

unknown fact, rajasthan's rat temple, rajasthan's karni mata temple, karni mata temple, temple of rats, ଅଜଣା କଥା, ରାଜସ୍ଥାନର ମୂଷା ମନ୍ଦିର, ରାଜସ୍ଥାନର କର୍ଣ୍ଣୀ ମାତା ମନ୍ଦିର, କର୍ଣ୍ଣୀ ମାତା ମନ୍ଦିର, ମୂଷାଙ୍କ ମନ୍ଦିର
ରାଜସ୍ଥାନର କର୍ଣ୍ଣୀ ମାତା ମନ୍ଦିର ବା ମୂଷା ମନ୍ଦିର: ଜାଣନ୍ତୁ କିଛି ଅଜଣା କଥା...

By

Published : Aug 8, 2020, 1:58 PM IST

ବିବିଧ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ଏକ ନିଆରା ମିଳନର ମୂକ ସାକ୍ଷୀ ଭାରତ ବର୍ଷ । ଇଂରେଜଙ୍କ ଜୁଲମରେ ନଇଁ ନଯାଇ ଏହାର କଡା ପ୍ରତିବାଦ କରି ସ୍ବାଧୀନତା ହାସଲ କରିଥିଲା ଦେଶ । ସ୍ବାଧୀନତାକୁ ଏବେ 72 ବର୍ଷ ବିତିଥିଲେ ମଧ୍ୟ ଆଜି ବି ଜୀବିତ ଅନେକ ପୁରାତନ ସଂସ୍କୃତ ପରମ୍ପରା । ଭାରତ ଏକ ଧାର୍ମିକ ଓ ଆଧ୍ୟାତ୍ମିକ ଦେଶ ହୋଇଥିବାରୁ ଏଠାରେ ରହିଛି ହଜାର ହଜାର ମନ୍ଦିର । ଆଉ ପ୍ରତ୍ୟେକ ମନ୍ଦିରର ସୃଷ୍ଟି ଓ ସ୍ଥାପତ୍ୟ ପଛରେ ରହିଛି ଏକ ସୁନ୍ଦର କିମ୍ବଦନ୍ତୀ । ଯାହା ହୁଏତ ଖୁବ କମ ଲୋକେ ଜାଣିଥିବେ ।

ରାଜସ୍ଥାନର କର୍ଣ୍ଣୀ ମାତା ମନ୍ଦିର ବା ମୂଷା ମନ୍ଦିର: ଜାଣନ୍ତୁ କିଛି ଅଜଣା କଥା...

ସାଧାରଣତଃ ମୂଷା ଦେଖିଲେ ଲୋକେ ଭୟ କରୁଥିବା ବେଳେ ରାଜସ୍ଥାସନର ବିକାନେରରେ ରହିଛି ଏକ ଏପରି ମନ୍ଦିର ଯେଉଁଠାରେ ଏହି ମୂଷାଙ୍କର ରହିଛି ପବିତ୍ର ମାନ୍ୟତା । ଏ ହେଉଛି ବିକାନେରର ଉନବିଂଶ ଶତାବ୍ଦୀରେ ପ୍ରତିଷ୍ଠିତ ପ୍ରସିଦ୍ଧ କର୍ଣ୍ଣୀ ମାତା ମନ୍ଦିର ବା ପର୍ଯ୍ୟଟକଙ୍କ ପାଖରେ ପ୍ରସିଦ୍ଧ ମୂଷା ମନ୍ଦିର । ମନ୍ଦିରରେ ପ୍ରାୟ 20,000 ମୂଷା ରହିଥିବା ବେଳେ ଏହାକୁ ଦେଖିବା ପାଇଁ ଜମେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ । ତେବେ ମନ୍ଦିରରେ ମୂଷାଙ୍କ ପ୍ରବେଶ ନେଇ ରହିଛି ଏକ କିମ୍ବଦନ୍ତୀ । ଏହି କିମ୍ବଦନ୍ତୀ ଅନୁଯାୟୀ ପୁରାତନ କାଳରେ ମାତା କର୍ଣ୍ଣୀ ଦେପା ନାମକ ଜନୈକ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଦେପା ଜଣେ ଦୟାବାନ ବ୍ୟକ୍ତି ହୋଇଥିବାରୁ ସେ ସବୁବେଳେ ଗରବୀ ଓ ଦୁଃଖୀଙ୍କୁ ସାହାଯ୍ୟ କରିବା ପାଇଁ ଆଗଭର ।

ରାଜସ୍ଥାନର କର୍ଣ୍ଣୀ ମାତା ମନ୍ଦିର ବା ମୂଷା ମନ୍ଦିର: ଜାଣନ୍ତୁ କିଛି ଅଜଣା କଥା...

ଏମିତିରେ ମାତା କର୍ଣ୍ଣୀ ତାଙ୍କ ସାନ ଉଭଣୀ ଗୁଲାବ ସହ ସ୍ବାମୀଙ୍କ ଦ୍ବିତୀୟ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ପତ୍ନୀଙ୍କ ଇଚ୍ଛା କ୍ରମେ ଦେପା ଓ ଗୁଲାବଙ୍କ ବିବାହ ହୋଇଥିଲା । ଉଭୟଙ୍କ ଔରସରୁ 4 ସନ୍ତାନ ଜନ୍ମ ନେଇଥିଲେ । ଏମାନଙ୍କ ମଧ୍ୟରେ ସର୍ବକନିଷ୍ଠ ସନ୍ତାନ ଏକଦା ପାଣି ଟାଙ୍କିରେ ଭୁଲବଶତଃ ପଡିଯାଇଥିଲେ । ପୁଅକୁ ରକ୍ଷା କରିବା ପାଇଁ ମାତା କର୍ଣ୍ଣୀ ଯନରାଜଙ୍କ ପାଖରେ ପ୍ରାଣ ଭିକ୍ଷା କରିଥିଲେ । ହେଲେ ସେହି ସମୟ ସୁଦ୍ଧା ତାଙ୍କ ସାନ ପୁଅ ପୁନର୍ଜନ୍ମ ପ୍ରାପ୍ତି କରିସାରିଥିଲେ । ଆଉ ସେ ଗୋଟିଏ ମୂଷା ଭାବେ ଜନ୍ମ ଗ୍ରହଣ କରିଥିଲେ । ତେଣୁ ମାତା କର୍ଣ୍ଣୀଙ୍କ ଆଶ୍ବାସନା ଦେଇ ଯମରାଜ କହିଥିଲେ କି ମୂଷାର ଆଗାମୀ ସମସ୍ତ ପୀଢି ଏହି ମନ୍ଦିରରେ ହିଁ ଜନ୍ମ ଗ୍ରହଣ କରିବେ । ପରେ ମୂଷାଙ୍କ ମୃତ୍ୟୁ ପରେ ସେମାନେ ମଣିଷ ଭାବେ ପୁନର୍ଜନ୍ମ ନେବେ । ସେବେଠାରୁ ଏହି ମନ୍ଦିରରେ ଆଜି ପର୍ଯ୍ୟନ୍ତ ପ୍ରାୟ 20,000 ମୂଷା ରହି ଆସୁଛନ୍ତି ।

ରାଜସ୍ଥାନର କର୍ଣ୍ଣୀ ମାତା ମନ୍ଦିର ବା ମୂଷା ମନ୍ଦିର: ଜାଣନ୍ତୁ କିଛି ଅଜଣା କଥା...

କେବଳ ସେତିକି ନୁହେଂ, ଏହା ମଧ୍ୟ ବିଶ୍ବାସ ଅଛି କି ଯଦି କୌଣସି ଶ୍ରଦ୍ଧାଳୁ ମନ୍ଦିରରେ ଧଳା ମୂଷା ଦେଖନ୍ତି ତେବେ ତାଙ୍କୁ ସୌଭାଗ୍ୟ ପ୍ରାପ୍ତି ହୁଏ । ସେପଟେ ଏହି ମନ୍ଦିରର ଯତ୍ନ ପୁରାତନ କାଳରୁ ଦେପାବତ ପରିବାର ଦ୍ବାରା ଜାରି ରହିଛି । ଏଥିସହ ମନ୍ଦିରରେ ପୂଜା ପାଇଁ ରହିଛନ୍ତି 513 ଦେପାବତ । ଯେଉଁମାନେ ପର୍ଯ୍ୟାୟକ୍ରମେ ମନ୍ଦିରରେ ପୂଜା ଦାୟିତ୍ବ ସମ୍ଭାଳିଥାଆନ୍ତି । ବିଧିକ୍ରମେ ଏହି ମନ୍ଦିରରେ ପୂଜା ପରେ ପ୍ରଥମେ ମୂଷାଙ୍କୁ ଭୋଗ ଖାଇବାକୁ ଦିଆଯାଇଥାଏ । ମୂଷାମାନେ ଖାଇ ସାରିବା ପରେ ଏହି ଅଇଁଠା ଭୋଗକୁ ଭକ୍ତଙ୍କୁ ବାଣ୍ଟି ଦିଆଯାଇଥାଏ । କିଛି ଶ୍ରଦ୍ଧାଳୁ ମନ୍ଦିରରେ ମୂଷାମାନଙ୍କୁ କ୍ଷୀର ମଧ୍ୟ ପିଇବାକୁ ଦେଇଥାଆନ୍ତି । ଏପରି ମଧ୍ୟ ବିଶ୍ବାସ ରହିଛି କି ମନ୍ଦିରରେ ମିଠା ପ୍ରସାଦ ସେବନ ଦ୍ବାରା ଅଧିକାଂଶ ମୂଷାଙ୍କୁ ଡାଏବେଟିସ ରହିଛି ।

ରାଜସ୍ଥାନର କର୍ଣ୍ଣୀ ମାତା ମନ୍ଦିର ବା ମୂଷା ମନ୍ଦିର: ଜାଣନ୍ତୁ କିଛି ଅଜଣା କଥା...

ଏହି ମନ୍ଦିରରେ ମୂଷାଙ୍କୁ ଏତେ ପବିତ୍ର ମାନନ୍ତି କି ଏହା କେବେ କୌଣସି ଶ୍ରଦ୍ଧାଳୁଙ୍କ ହାନି କରି ନଥାଆନ୍ତି । ଅନ୍ୟପଟେ ଯଦି କୌଣସି ଶ୍ରଦ୍ଧାଳୁ ମୂଷାଙ୍କୁ ହାନି ପହଞ୍ଚାଇଥାଏ ବା ମାରି ଦେଇଥାଏ ତେବେ କ୍ଷମା ପ୍ରାର୍ଥନା ପାଇଁ ଏକ ସୁନା କିମ୍ବା ରୂପାର ମୂଷା ମନ୍ଦିରକୁ ଦାନ କରିବାକୁ ହୁଏ । ଅନ୍ୟପଟେ କିଛି ଆଞ୍ଚଳିକ ବିଶ୍ବାସ ଏପରି ମଧ୍ୟ ରହିଛି କି ଏହି ମୂଷାମାନେ ହେଉଛନ୍ତି ଏକ ଯୁଦ୍ଧରୁ ପଳାୟନ କରିଥିବା କିଛି ବୀର ଜବାନ । ଏମାନେ ମାତାଙ୍କ ମନ୍ଦିରରେ ଆଶ୍ରୟ ନେଇଥିବା ବେଳେ ମାତା ଏମାନଙ୍କୁ ପରବର୍ତ୍ତୀ ଜନ୍ମରେ ମୂଷା ହୋଇ ଜନ୍ମ ନେଇ ମନ୍ଦିରରେ ରହିବାର ବରଦାନ ଦେଇଥିଲେ । ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି କି ଏତେ ସଂଖ୍ୟାରେ ମୂଷା ଥାଇ ମଧ୍ୟ ମନ୍ଦିରରେ କୌଣସି ଶ୍ରଦ୍ଧାଳୁଙ୍କ ଅସୁସ୍ଥତା କିମ୍ବା ରୋଗର କୌଣସି ଖବର ନାହିଁ ।

ABOUT THE AUTHOR

...view details