ଓଡିଶା

odisha

ଏଣିକି ଆଧାର ସେବା କେନ୍ଦ୍ରରେ କରନ୍ତୁ ଅନଲାଇନ ବୁକିଂ

By

Published : Sep 3, 2019, 1:27 PM IST

ଦେଶରେ ମୋଟ 7ଟି ସହରରେ ଏହି ଆଧାର ସେବା କେନ୍ଦ୍ର ଥିବା ବେଳେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗକୁ ସେବା କେନ୍ଦ୍ରର ସଂଖ୍ୟା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ତେବେ ଏହି ନୂଆ କେନ୍ଦ୍ର ଖୋଲିବା ସହ ନାଗରିକମାନଙ୍କ ମିଳିବ କିଛି ନୂଆ ସୁବିଧା ।

ପ୍ରତୀକାତ୍ମକ ଫଟୋ

ହାଇଦ୍ରାବାଦ: ଦେଶରେ ପ୍ରତ୍ୟେକ ଜନସାଧାରଣଙ୍କୁ ଏକ ଭିନ୍ନ ପରିଚୟ ଦେବା ପାଇଁ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ତରଫରୁ ଜାରି ହୋଇଛି ଆଧାର ନମ୍ବର । ଭାରତ ସରକାରଙ୍କ ଦ୍ବାରା ଜାରି ହୋଇଥିବା ଏହି ନମ୍ବରଟି ନା କେବଳ ଜଣଙ୍କୁ ସ୍ବତନ୍ତ୍ର ପରିଚୟ ଯୋଗାଇବ ବରଂ ଏହା ଦେଶର ଯେକୌଣସି ସ୍ଥାନରେ ସେହି ବ୍ୟକ୍ତିଙ୍କର ପରିଚୟପତ୍ର ଭାବେ ବ୍ୟବହାର ହୋଇପାରିବ ।

ଫଟୋ ସୌଜନ୍ୟ: ସୋସିଆଲ ମିିଡିଆ

ତେବେ ପ୍ରଥମ ପର୍ଯ୍ୟାୟର ଦେଶର ନାଗରିକମାନଙ୍କୁ ଦିଆଯାଇଥିବା ଆଧାର କାର୍ଡରେ କିଛିଟା ତ୍ରୁଟି ପରିଲକ୍ଷିତ ହୋଇଥିଲା । କେତେକ ସ୍ଥାନରେ ଘର ପରିବର୍ତ୍ତନ ଯୋଗୁଁ ନାଗରିକମାନଙ୍କୁ ଆଧାର କାର୍ଡରେ ନିଜ ଘରର ଠିକଣା ଓ ଫୋନ ନମ୍ବର ଆଦି ପରିବର୍ତ୍ତନ କରିବାର ଆବଶ୍ୟକତା ଦେଖାଦେଲା । ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ସରକାର ପାସପୋର୍ଟ ଭଳି ଆଧାର ସେଣ୍ଟର ଯୋଜନା ଆରମ୍ଭ କରିଥିଲେ । ଯାହାର ନାମ ରଖାଗଲା ଆଧାର ସେବା କେନ୍ଦ୍ର ।

ବର୍ତ୍ତମାନ ଦେଶରେ ମୋଟ 7ଟି ସହରରେ ଏହି ସେବା କେନ୍ଦ୍ର ଥିବା ବେଳେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗକୁ ସେବା କେନ୍ଦ୍ରର ସଂଖ୍ୟା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ତେବେ ଏହି ନୂଆ କେନ୍ଦ୍ର ଖୋଲିବା ସହ ନାଗରିକମାନଙ୍କ ମିଳିବ କିଛି ନୂଆ ସୁବିଧା । ଆଉ ଆଧାର ସେବା କେନ୍ଦ୍ରକୁ ଯାଇ ନିଜ ଆଧାର କାର୍ଡ ଭେରିଫିକେଶନ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । ଏବେ ଆପଣ ନିଜ ସୁବିଧା ଅନୁଯାୟୀ ଆଧାର ସେବା କେନ୍ଦ୍ରର ଅନଲାଇନ ବେଟା ଭର୍ସନ ସାଇଟରେ ଅନଲାଇନ ଆପଏଣ୍ଟମେଣ୍ଟ ଫିକ୍ସ କରିପାରିବେ । ଏନେଇ ଟ୍ବିଟର ଯୋଗେ ଘୋଷଣା କରାଯାଇଛି ।

‘https://www.livemint.com/news/india/passport-like-aadhaar-centres-book-online-appointment-for-address-updation-1567394437930.html’ ଏହି ସାଇଟରେ ଯାଇ ଆପଣ ନିଜ ଆଧାର କାର୍ଡ ଭେରିଫିକେଶନ କିମ୍ବା ଅପଡେଶନ ପାଇଁ ଆପଏଣ୍ଟମେଣ୍ଟ ଫିକ୍ସ କରିପାରିବେ । ଏଥିରେ ମୁଖ୍ୟ କଥା ହେଉଛି କି ଏହି ସେଣ୍ଟର ସବୁ ୱିକେଣ୍ଡରେ ମଧ୍ୟ ଆପଣଙ୍କ ସମସ୍ୟାର ସମାଧାନ କରିବେ । କେବଳ ମଙ୍ଗଳବାର ଓ ପବ୍ଲିକ ହଲି ଡେ’କୁ ଛାଡି ଅନ୍ୟ ଦିନମାନଙ୍କରେ ଏହି ସାଇଟ ଅନଲାଇନ ଆପଣଙ୍କ ସମସ୍ୟାର ସମାଧାନ କରିବ ।

ପ୍ରକାଶ ଯେ ବର୍ତ୍ତମାନ ଦେଶରେ ଦିଲ୍ଲୀ, ଚେନ୍ନାଇ, ଭୋପାଳ, ଆଗ୍ରା, ହିସାର, ବିଜୟୱାଡା ଓ ଚଣ୍ଡିଗଡରେ ଆଧାର ସେବା କେନ୍ଦ୍ରର ସୁବିଧା ଉପଲବ୍ଧ ରହିଛି । ଏହା ବାଦେ ପ୍ରାୟ 300ରୁ 400 କୋଟି ବ୍ୟୟରେ ଦେଶର 53ଟି ସହରରେ ମୋଟ 114ଟି ନୂଆ ଆଧାର ସେବା କେନ୍ଦ୍ର ଖୋଲିବାର ଯୋଜନା ରହିଛି । ଏହି ଆଧାର କେନ୍ଦ୍ରରେ ନୂଆ ଆଧାର କାର୍ଡ ପାଇଁ ଆପ୍ଲାଏ କରିବା ସହ ଆବଶ୍ୟକସ୍ଥଳେ ନିଜ ଆଧାର କାର୍ଡରେ ଅପଡେଶନ ମଧ୍ୟ କରିପାରିବେ ।

ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଆଧାର ସେବା କେନ୍ଦ୍ରମାନଙ୍କରେ ଟୋକେନ ସିଷ୍ଟମରେ କାମ ହୋଇଥାଏ । ପ୍ରଥମେ ସେବା କେନ୍ଦ୍ରରେ ନିଜ କାର୍ଯ୍ୟ ମୁତାବକ ଏକ ଟୋକେନ ନାଗରିକଙ୍କୁ ମିଳିଥାଏ । ପରେ ପରେ ଡକ୍ୟୁମେଣ୍ଟ ଭେରିଫିକେଶନ ପାଇଁ ‘ଭେରିଫାୟର’, କ୍ୟାସ ଡିପୋଜିଟ ପାଇଁ ‘କ୍ୟାସ କାଉଣ୍ଟର’ ଆଦିକୁ ପଠାଯାଇଥାଏ । ତେବେ କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ 16ଟି ‘ଅପରେଟର କାଉଣ୍ଟର’ ମଧ୍ୟ ରହିଛି ।

ଏହି ସେବା ଦ୍ବାରା ମେ 31,2019 ପର୍ଯ୍ୟନ୍ତ ୟୁଆଇଡିଏଆଇ ମୋଟ 123.82 କୋଟି ଆଧାର ଟୁ ରେସିଡେଣ୍ଟ ଜେନେରେଟ କରିବାରେ ସକ୍ଷମ ହୋଇଛି । କିନ୍ତୁ ଏବେ ଆଉ ଏତେ ଲମ୍ବା ପ୍ରକ୍ରିୟା ଦେଇ ଆପଣଙ୍କୁ ଗତି କରିବାକୁ ପଡିବ ନାହିଁ । ବର୍ତ୍ତମାନ ନିଜ ସୁବିଧା ଅନୁଯାୟୀ ଆପଣ ଘରେ ବସି ନିଜ ପାଇଁ ଆପଏଣ୍ଟମେଣ୍ଟ ଫିକ୍ସ କରିପାରିବେ ।

ABOUT THE AUTHOR

...view details