ଓଡିଶା

odisha

ETV Bharat / bharat

ଆଇସିୟୁରେ କୋରୋନା ଆକ୍ରାନ୍ତଙ୍କୁ ତନଖିବ ନୌସେନାର ନୂଆ ଟେକ୍ନୋଲୋଜି - ନୌସେନାର ନୂଆ ଉପଲବ୍ଧି

କୋରୋନା ପ୍ରଭାବରେ 24 ଘଣ୍ଟା ଏହି ଆକ୍ରାନ୍ତଙ୍କ ଚିକିତ୍ସା ସହ ଏମାନଙ୍କ ପାଖରେ ରହୁଥିବାରୁ ଏମାନଙ୍କର ସଂକ୍ରମଣ ପ୍ରତି ରହିଛି ଅଧିକ ସମ୍ଭାବନା । ତେବେ ଏହି ସମସ୍ୟାର ସମାଧାନ ସ୍ବରୂପ ଭାରତୀୟ ନୌସେନା ଖୋଜି ବାହାର କରିଛି ଏକ ନୂଆ ଟେକ୍ନୋଲୋଜି ।

corona affected, new technology to look after corona patients in icu, technology news, navy's new finding, indian navy, କୋରୋନା ଆକ୍ରାନ୍ତ, ଆଇସିୟୁରେ ଆକ୍ରାନ୍ତଙ୍କୁ ନଜର ରଖିବ ନୂଆ ଟେକ୍ନୋଲୋଜି, ଟେକ୍ନୋଲୋଜି ନ୍ୟୁଜ୍‌, ନୌସେନାର ନୂଆ ଉପଲବ୍ଧି, ଭାରତୀୟ ନୌସେନା
ଆଇସିୟୁରେ କୋରୋନା ଆକ୍ରାନ୍ତଙ୍କୁ ତନଖିବ ନୌସେନାର ନୂଆ ଟେକ୍ନୋଲୋଜି

By

Published : May 11, 2020, 11:51 PM IST

Updated : May 12, 2020, 1:25 PM IST

ବିଶାଖାପଟନମ: ଦେଶରେ କୋରୋନା କୋପ ଦିନକୁ ଦିନ ବଢୁଛି । ଏହାର ପ୍ରଭାବରେ କୋରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଶହ ଶହ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମଧ୍ୟ ଏବେ ବିପଦ ଘେରରେ । 24 ଘଣ୍ଟା ଏହି ଆକ୍ରାନ୍ତଙ୍କ ଚିକିତ୍ସା ସହ ଏମାନଙ୍କ ପାଖରେ ରହୁଥିବାରୁ ଏମାନଙ୍କ ପ୍ରତି ସଂକ୍ରମଣ ହେବାର ରହିଛି ଅଧିକ ସମ୍ଭାବନା । ତେବେ ଏହି ସମସ୍ୟାର ସମାଧାନ ସ୍ବରୂପ ଭାରତୀୟ ନୌସେନା ଖୋଜି ବାହାର କରିଛି ଏକ ନୂଆ ଟେକ୍ନୋଲୋଜି ।

ଆନ୍ଧ୍ରପ୍ରଦେଶ ବିଶାଖାପାଟନମସ୍ଥିତ ବିଶାଖା ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସେସ(ଭିମ୍ସ)ରେ ଆଖାପାଖ ଜିଲ୍ଲାର କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି । ତେବେ ଚିକିତ୍ସା ସମୟରେ ଆଇସିୟୁ ମଧ୍ୟରେ ଥିବା ଆକ୍ରାନ୍ତଙ୍କ ଉପରେ ନଜର ରଖିଥିବା ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପାଇଁ ଅତି ବିପଦପୂର୍ଣ୍ଣ । ଏହାର ସମାଧାନ ପାଇଁ ଭିମ୍ସ ନିର୍ଦ୍ଦେଶକ ଏକ କାର୍ଯ୍ୟକ୍ରମରେ ଅନୁରୋଧ କରିଥିଲେ । ଏହାର ପ୍ରତିକ୍ରିୟା ସ୍ବରୂପ ଭାରତୀୟ ନୌସେନା ଭିମ୍ସକୁ କିଛି ମଲ୍ଟି ଫିଡ ଅକ୍ସିଜେନ ମ୍ୟାନିଫୋଲ୍ଡ ହସ୍ତାନ୍ତର କରିଥିଲା । ତେବେ ଭିମ୍ସ ନିର୍ଦ୍ଦେଶକଙ୍କ ଅନୁରୋଧ କ୍ରମେ ରୋଗୀଙ୍କ ଉପରେ ନଜର ରଖିବା ପାଇଁ ମଧ୍ୟ ନୌସେନା ଖୋଜି ବାହାର କରିଛି ନୂଆ ଉପାୟ ।

ପୂର୍ବାଞ୍ଚଳ ନାଭାଲ କମାଣ୍ଡ ଅଧିନସ୍ଥ ବିଶାଖାପାଟନମର କେୟାର ଟିମରେ ଦୁଇ ଜଣ ଅଫିସର ଓ 4 ଜଣ ନାଭାଲ ଡକୟାର୍ଡର କର୍ମଚାରୀ ସାମିଲ ରହିଛନ୍ତି । ଛଅ ଦିନର ପରିଶ୍ରମ ପରେ ଏମାନେ ପ୍ରସ୍ତୁତ କରିଛନ୍ତି ଏକ ଅଡିଓ ଭିଜୁଆଲ ଆଉଟପୁଟ । ଏହା ଆକ୍ରାନ୍ତଙ୍କ ବେଡ ପାଖରେ ରଖାଯାଉଥିବା ମନିଟରିଂ ସିଷ୍ଟମର ଆଉଟପୁଟକୁ ଏଚଡିଏମଆଇ (HDMI)ରେ ପରିଣତ କରାଏ । ଅନ୍ୟ ଶବ୍ଦରେ କହିବାକୁ ଗଲେ ଏହି ଡିଜିଟାଲ ଭିଡିଓ ରେକର୍ଡର ଆକ୍ରାନ୍ତଙ୍କ ଗତିବିଧି ରେକର୍ଡ କରି ଆଇସିୟୁ ବାହାରେ ଥିବା ସ୍କ୍ରିନରେ ଦେଖାଏ ।

ଏହି ଡିଭାଇସ ଦ୍ବାରା ଏକକାଳୀନ 48 ଆକ୍ରାନ୍ତଙ୍କ ଉପରେ ନଜର ରଖିହେବ । ଏହାର ରେକର୍ଡିଂକୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଆବଶ୍ୟକ ମୁତାବକ ଜୁମ କରି ଦେଖିପାରିବେ । ଏଥିସହ ଆକ୍ରାନ୍ତଙ୍କ ଗତିବିଧିରେ କିଛି ବି ଅସାମାନ୍ୟ ପରିଲକ୍ଷିତ ହେଲେ ଏହି ଡିଭାଇସ ଏକ ଅଡିଓ ଆଲାର୍ମ ଦେଇଥାଏ । ଯାହା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଚେତାଇଦିଏ । ଅନ୍ୟପଟେ ଏଚଡିଏମଆଇ ଏଥରନେଟ କନଭର୍ଟର ସାହାଯ୍ୟରେ ଡାକ୍ତରମାନେ ନିଜ ମୋବାଇଲ ଫୋନରେ ଆକ୍ରାନ୍ତଙ୍କ ଉପରେ ନଜର ରଖିପାରିବେ ।

@IANS

Last Updated : May 12, 2020, 1:25 PM IST

ABOUT THE AUTHOR

...view details