ରାଞ୍ଚି: ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଛନ୍ତି ହେମନ୍ତ ସୋରେନ । ରାଞ୍ଚିର ମୋରାବାଦୀ ମୈଦାନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସୋରେନ ରାଜ୍ୟର ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି । ସୋରେନଙ୍କ ସହିତ ଆରଜେଡିରୁ ସତ୍ୟାନନ୍ଦ ଭୋକ୍ତା ଏବଂ କଂଗ୍ରେସରୁ ରାମେଶ୍ବର ଓରାମ ଓ ଆଲମଗିରି ଆଲମ ନୂଆ ମେଣ୍ଟ ସରକାରରେ ଶପଥ ନେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୋରେନ - ଶପଥ ନେଲେ ହେମନ୍ତ ସୋରେନ
ଝାଡଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଜେଏମଏମ ନେତା ହେମନ୍ତ ସୋରେନ । ରାଞ୍ଚିର ମୋରାବାଦୀ ମୈଦାନରେ ହେମନ୍ତ ନେଇଛନ୍ତି ଶପଥ । ଅଧିକ ପଢନ୍ତୁ...
ମୁଖ୍ୟମନ୍ତ୍ରୀ ପଦର ଶପଥ ନେଲେ ସୋରେନ
ସୋରେନଙ୍କ ଶପଥ ଗ୍ରହଣରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ତେଜସ୍ବୀ ଯାଦବଙ୍କ ସମେତ ବିପକ୍ଷର ଅନେକ ବଡ ନେତା ସାମିଲ ହୋଇଥିଲେ ।
Last Updated : Dec 29, 2019, 4:01 PM IST