ଓଡିଶା

odisha

ETV Bharat / bharat

ଉପହାରରେ ଫୁଲତୋଡା ବଦଳରେ ପୁସ୍ତକ ଦିଅ: ହେମନ୍ତ ସୋରେନ - hemant soren

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ଡିସେମ୍ବର ୨୯ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ଶପଥ ଗ୍ରହଣ ପୂର୍ବରୁ ସେ ଲୋକଙ୍କୁ ଏକ ଅପିଲ କରିଛନ୍ତି । ଜାଣନ୍ତୁ, ସେ କ'ଣ କହିଛନ୍ତି...

hemant-soren
ଫାଇଲ ଫଟୋ

By

Published : Dec 27, 2019, 9:59 PM IST

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳର ମେଣ୍ଟକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ଡିସେମ୍ବର ୨୯ ତାରିଖରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି । ତେବେ ଶପଥ ଗ୍ରହଣ ପୂର୍ବରୁ ସେ ଲୋକଙ୍କୁ ଉପହାରରେ ଫୁଲତୋଡା ବଦଳରେ ଜ୍ଞାନରେ ଭରପୁର ଏକ ପୁସ୍ତକ ଦେବାକୁ ଅନୁରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର

ଶୁକ୍ରବାର ଫୁଲତୋଡାର ଫଟୋ ଟ୍ବିଟ କରି ସେ ଲେଖିଛନ୍ତି, ' ଝାଡଖଣ୍ଡବାସୀ ମୋତେ ଭଲପାଇବା ଏବଂ ସମ୍ମାନ ଦେଇଥିବାରୁ ମୁଁ ସେମାନଙ୍କ ନିକଟରେ ଚିରକୃତଜ୍ଞ ରହିବି । କିନ୍ତୁ ମୁଁ ଆପଁଣମାନଙ୍କୁ ଏକ ଛୋଟିଆ ନିବେଦନ କରିବାକୁ ଚାହେଁ । ଦୟାକରି ମୋତେ ଉପହାରରେ ଫୁଲତୋଡା ବଦଳରେ ଜ୍ଞାନରେ ଭରପୁର ପୁସ୍ତକ ଅର୍ଥାତ ନିଜ ପସନ୍ଦର ଯେକୌଣସି ପୁସ୍ତକ ଦିଅନ୍ତୁ । କାରଣ ମୋତେ ବହୁତ ଖରାପ ଅନୁଭବ ହୁଏ ଯେତେବେଳେ ଲୋକମାନେ ଦେଇଥିବା ଫୁଲତୋଡାର ଦେଖାରେଖା ମୁଁ ଭଲଭାବରେ କରିପାରେ ନାହିଁ ।

ଆଉ ଏକ ଟ୍ବିଟରେ ସେ ଲେଖିଛନ୍ତି, ପୁସ୍ତକ ଦେବା ସମୟରେ ସେଠାରେ ନିଜର ନାମ ଲେଖିଦିଅନ୍ତୁ । କାରଣ ଯେତେବେଳେ ଆପଣଙ୍କ ପୁସ୍ତକକୁ ନେଇ ମୁଁ ଏକ ପାଠାଗାର ନିର୍ମାଣ କରିବି ସେତେବେଳେ ଆପଣଙ୍କ ପ୍ରେମରେ ଭରପୁର ଉପହାର ମୋତେ ସର୍ବଦା ମନେ ରହିବ ।

ତେବେ ସୋରେନଙ୍କ ଏହି ଅପିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଦିଆଯାଉଥିବା ବୟାନ ସହ ଜୋଡା ଯାଉଛି । 2 ବର୍ଷ ପୂର୍ବେ ମୋଦି ମଧ୍ୟ ଉପହାରରେ ଫୁଲତୋଡା ବଦଳରେ ପୁସ୍ତକ ଦେବାକୁ ନିବେଦନ କରିଥିଲେ ।

ABOUT THE AUTHOR

...view details