ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବହୁମତ ପାଇଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ବାଧିନ ମେଣ୍ଟର ନେତା ହେମନ୍ତ ସୋରେନ ଆସନ୍ତା 29ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଜି ଶିବୁ ସୋରେନଙ୍କ ବାସଭବନରେ ଆୟୋଜିତ ବିଧାୟକଙ୍କ ବୈଠକରେ ହେମନ୍ତ ସୋରେନଙ୍କୁ ବିଧାୟକ ଦଳନେତା ଭାବେ ଚୟନ କରାଯାଇଛି।
ରବିବାର ଝାଡଖଣ୍ଡରେ ଗଠନ ହେବ ନୂଆ ସରକାର - 29ରେ ଶପଥ ଗ୍ରହଣ
ବିଜେପିକୁ ଶୋଚନୀୟ ପରାସ୍ତ କରିଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃାଧିନ ମେଣ୍ଟ ଆସନ୍ତା ରବିବାର ଶପଥ ଗ୍ରହଣ କରିବ।
Hemant Soren
ବିଧାୟକ ଦଳନେତା ଭାବେ ନିର୍ବାଚିତ ହେବାପରେ ହେମନ୍ତ କହିଛନ୍ତି ଆମେ 50 ବିଧାୟକଙ୍କ ସମର୍ଥନ ସହ ରାଜ୍ୟପାଳଙ୍କୁ ସରକାର ଗଠନ କରିବାକୁ ଦାବି କରିଛୁ । 29 ତାରିଖ ରବିବାର ଦିନ ଏକ ସ୍ବତନ୍ତ୍ର ଉତ୍ସବରେ ନୂତନ ସରକାର ଶପଥ ଗ୍ରହଣ କରିବେ ବୋଲି ହେମନ୍ତ ସୋରେନ କହିଛନ୍ତି।