ନୂଆଦିଲ୍ଲୀ: କୋରୋନା ବିରୋଧୀ ଲଢେଇ ପାଇଁ ଦେଶବ୍ୟାପୀ ଲକଡାଉନର ଦ୍ବିତୀୟ ଚରଣ ଜାରି ରହିଛି । ଏଥି ଯୋଗୁଁ ପ୍ରବାସୀ ତଥା ଗରିବ ଲୋକଙ୍କ ଅସୁବିଧାକୁ ନେଇ କଂଗ୍ରେସ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଘେରିଛି । ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଗୁରୁବାର କହିଛନ୍ତି ଯେ କେବଳ ଭାଷଣ ଦେଇ ଲୋକଙ୍କୁ ସାହାଯ୍ୟ କରାଯାଇପାରିବ ନାହିଁ, ରାସନ ଦେଇ ଲୋକଙ୍କୁ ସାହାଯ୍ୟ କରାଯାଉ ।
ସିବଲ ଏକ ଟୁଇଟ୍ରେ କହିଛନ୍ତି, "ଆମ ସରକାର ସରକାରଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ... କିନ୍ତୁ ସରକାର ମଧ୍ୟ ଲୋକଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ହେବା ଉଚିତ୍ । 'ଲାଠିଚାର୍ଜ' କରି ନୁହେଁ କି ଭାଷଣ ଦେଇ ନୁହେଁ ବରଂ ରାସନ ଏବଂ ବଞ୍ଚିବା ପାଇଁ ଟଙ୍କା ଦେଇ ।