ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପୁଣି ଆରମ୍ଭ ହେବ ହେଲିକାପ୍ଟର ସେବା । ଆଜିଠୁ(ସୋମବାର) ଉଡାନ-2 ଯୋଜନା ମାଧ୍ୟମରେ ରାଜ୍ୟରୁ ପୁଣି ଥରେ ବିମାନ ଉଡିବ । ରାଜ୍ୟ ସରକାରଙ୍କ ଅନୁମତି ପରେ ଏହି ସେବା ଲୋକଙ୍କୁ ପବନହଂସ ଯୋଗାଇଦେବ ।
ବେସାମରିକ ବିମାନ ଚଳାଚଳ ପକ୍ଷରୁ ଜାରି ହୋଇଥିବା ନିୟମାବଳୀ ଅନୁସାରେ ଏହି କାର୍ଯ୍ୟ କରାଯିବ ବୋଲି ରାଜ୍ୟସରକାରଙ୍କ ପକ୍ଷରୁ କୁହାଯାଇଛି ।
ହିମାଚଳ ପ୍ରଦେଶର ରାଜଧାନୀ ସିମଲାରୁ ଚଣ୍ଡିଗଡ, କୁଲ୍ଲୁ ଓ ଧର୍ମଶାଳାକୁ ବିମାନ ଉଡିବ ବୋଲି ଜଣାପଡିଛି । ବିମାନ ଚଣ୍ଡିଗଡ-ସିମଲା-ଚଣ୍ଡିଗଡ, ସିମଲା-କୁଲ୍ଲୁ-ସିମଲା ଓ ସିମଲା-ଧର୍ମଶାଳା-ସିମଲା ରୁଟ୍ରେ ଉଡିବ ।