ଓଡିଶା

odisha

ଟିଭିରେ ଭୂମି ପୁଜନ ଦେଖିଲେ ମୋଦିଙ୍କ ମା ହିରାବେନ

By

Published : Aug 5, 2020, 7:13 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହିରାବେନ ଭୂମି ପୂଜନର ଐତିହାସିକ ମୁହୂର୍ତ୍ତକୁ ଟିଭିରେ ଦେଖିଥିଲେ।

ଟିଭିରେ ଭୂମି ପୁଜନ ଦେଖିଲେ ମୋଦିଙ୍କ ମା ହିରାବେନ
ଟିଭିରେ ଭୂମି ପୁଜନ ଦେଖିଲେ ମୋଦିଙ୍କ ମା ହିରାବେନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାମନଗରୀରେ ଆୟୋଜିତ ହୋଇଥିବା ଏହି ବିଶାଳ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ନିର୍ମାଣ ପାଇଁ ପ୍ରଥମ ଇଟା ରଖିଥିଲେ। କରୋନା କଟକଣା ଯୋଗୁଁ, ଏହି କାର୍ଯ୍ୟକ୍ରମରେ କେବଳ 200 ଜଣଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଯେଉଁଥିପାଇଁ ଅନେକ ଲୋକଙ୍କୁ ଟିଭିରେ ଏହି କାର୍ଯ୍ୟକ୍ରମ ଦେଖି ସନ୍ତୁଷ୍ଟ ହେବାକୁ ପଡିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହିରାବେନ ମଧ୍ୟ ଏହି ଐତିହାସିକ ମୁହୂର୍ତ୍ତକୁ ଟିଭିରେ ଦେଖିଥିଲେ।

ଟିଭିରେ ଭୂମି ପୁଜନ ଦେଖିଲେ ମୋଦିଙ୍କ ମା ହିରାବେନ
ଟିଭିରେ ଭୂମି ପୁଜନ ଦେଖିଲେ ମୋଦିଙ୍କ ମା ହିରାବେନ

ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଟିଭିରେ ଭୂମି ପୁଜନ କାର୍ଯ୍ୟକ୍ରମ ଦେଖୁଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ହନୁମାନଗରୀରେ ଆରତୀ କରୁଛନ୍ତି ଏବଂ ହିରାବେନ ଟିଭି ସାମ୍ନାରେ ହାତ ଯୋଡି ବସିଛନ୍ତି ।

ଟିଭିରେ ଭୂମି ପୁଜନ ଦେଖିଲେ ମୋଦିଙ୍କ ମା ହିରାବେନ

ଏହାପୂର୍ବରୁ ଜନତା କର୍ଫ୍ୟୁ ସମୟରେ ମୋଦିଙ୍କ ମା ହିରାବେନଙ୍କ ଫଟୋ ପ୍ରକାଶ ପାଇଥିଲା। ଯେଉଁଥିରେ ସେ ଥାଳି ବଜାଉଥିବା ଦେଖିବାକୁ ମିଳିଥିଲା । ହିରାବେନ ଥାଳି ବଜାଇ କୋରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଥିଲେ | ମାର୍ଚ୍ଚ 22 ତାରିଖ ଅପରାହ୍ନ 5 ଟାରେ ପ୍ରଧାନମନ୍ତ୍ରୀ ମୋଦି ଘରର କବାଟ, ଝରକା କିମ୍ବା ବାଲକୋନୀରେ ଠିଆ ହୋଇ 5 ମିନିଟ ଧରି କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇବାକୁ ନିବେଦନ କରିଥିଲେ।

ABOUT THE AUTHOR

...view details